ମାନିନୀ ରାଧା
ମାନିନୀ ରାଧା
କାହିଁ ମାନ କରୁଛ ହେ ରାଧା ମାନିନୀ
ବିଳମ୍ବ ହେଲା ଆଳାପ ଆମ ଆସେ ଯାମିନୀ..
ଯାଇଥିଲି ବନେ ମୁହିଁ ଗୋ'ପଲ ଘେନି
ଏଣେତେଣେ ଧେନୁମାନେ ଯାଆନ୍ତି ବୁଲି..
ତୁମ କଥା ଭାବି ମୁହିଁ ଆସେ ସଅଳ
ଗୋପସାରା ପଡୁଅଛି ପୁରା ଚହଳ..
କାହିଁକି ଗୋ ରାଧା ତୁମେ ମୁହଁ ଲୁଚାଅ
କାହ୍ନୁ ପରା ଏକା ତୁମ ଏକଥା ମନୁ ନ ଭୁଲି ଯାଅ..
ଯୁଗ ପରେ ଯୁଗ ପୁଣି ଆସିବ ଯିବ
ତୁମ ମୋ ପ୍ରେମ ସଦା ଅମର ଥିବ..
ଓଢଣୀରେ ତୁମ ମୁଖ ଲାଗେ ସୁନ୍ଦର
ଶହେ ଆଇନା ଭାଙ୍ଗିବ ବାରକୁ ବାର..
ଯମୁନା ଝୁରୁଛି ସେଠି ଆମ ବିହୁନେ
ଚାଲଯିବା କେଳିକରି ଡାକେ କଦମ୍ବେ ..
ଦେଖ ତୁମ କାହ୍ନୁ ହାତେ ବଂଶୀ ଧରିଛି
ସେ ବଂଶୀ ସ୍ଵନରେ ରାଧା ରାଧା ନାମ ରହିଛି..
ବଇଁଶୀ ଟିକେ ଧରି କାହ୍ନା ଗାଇଲା
ସେ ବଂଶୀର ସାତ ସୁରେ ରାଧା ରାଧା ଶୁଭିଲା..
ଏତେ କଥା କହି ପ୍ରଭୁ ରାଧା ମନ ମୋହିଲେ
ଝୁଲଣରେ ଝୁଲି ରାଧା ସ୍ମିତ ହସିଲେ..
ଏ ସାରା ଦୁନିଆ ଆଜି କ୍ରିଷ୍ଣରାଧା ପ୍ରେମରେ
ପଦ ତଳେ ମଥା ଥାଉ ବିଭୁ ଆଶ୍ରାରେ..... ll