Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Krishna Mishra

Tragedy

3  

Krishna Mishra

Tragedy

"ମାନବତାର ବିଡ଼ମ୍ବନା"

"ମାନବତାର ବିଡ଼ମ୍ବନା"

1 min
278



ସଭ୍ୟତାର ଉପତ୍ୟକାରେ ମାନବତାର ଠିକାଦାର, ଆତ୍ମଗାନ କରେ-"ତିଆରି କରିଛି ବୋଲି, ଏକ ବୁଭୁକ୍ଷୁହୀନ ସମାଜ"।ସ୍ବପ୍ନର ସେ ସୋଉଦାଗର,ଠୋ' ଠୋ' ହସି ବୁଲୁଥାଏ, ଉଗ୍ର ଆଧୁନିକତାର ଉତ୍ସବ ଆସରେ, ଗଢୁଥାଏଚନ୍ଦ୍ରରେ ସୋଉଧ ।ବୋଲାଉଛୁ ପରାମହାନ୍ ସୃଷ୍ଟି!କାହିଁ ଗଲା ସେ ଦିବ୍ୟ ଦୃଷ୍ଟି?ପ୍ରଛନ୍ନ ଗୋଉରବେ ପାରନା ଯେ ଖୋଜି,ଧରାବୁକେ ନିରାଶ୍ରିତ ଏକ-ମାଟି ରାମ୍ପୁଡା ଭୋକ ତା'ରତଣ୍ଟି ଶୁଖା ଶୋଷ....

ଏଠାରେ ଅର୍ଥ ରଆଧିପତ୍ୟ,ମାନବିକତା, ଧୂଳି ଧୂସରିତ-ଏ ମର୍ତ୍ତ୍ୟରେ ପାପ, ଗରିବର ଜନ୍ମ,ତା'ଠାରୁ ଦଣ୍ଡନୀୟଗରିବର ସନ୍ତାନ....ମାତା ପିତା ବିନା ସତେ କେତେ ହୀନିମାନ!!!   ଦେଖ!ଶୈଶବ କୁ ବିକି ସେସମ୍ପର୍କ କିଣିଛି-ଭୋକିଲା ରହି, ଭାଇ ଟିକୁ ଆହାର ଦେଇଛି....କେବେ ରାସ୍ତା କଡ଼ରେ, କେବେ ବଜାରରେ, କେବେ ପ୍ଲାଟଫର୍ମ ର ପାହାଚରେ,ପେଟ ପାଇଁ ହାତ ପାତୁଛି....ଗୋଟିଏ ଗୋଟିଏ ଅନ୍ନ ଦାନାର, ମୂଲ୍ୟ ସେ ବୁଝିଛି....କ୍ଷୁଧାରେ ଛଟପଟ ହୋଇ, କ୍ଷୁଧାକୁ ଖାଇଛି....ନ ଶୋଇ ବି ଶୋଇଛି,ସେଇ ଶିଶୁଟି, ଆଜି ବି ଭୋକିଲା ଅଛି...   ଆଉ,ସଭ୍ୟତା, ମାନବତା, ଆଧୁନିକତା ର ଅର୍ଥ,ଫମ୍ପା, ମୂଲ୍ୟହୀନ, ବୋଧ ହେଉଛି......     



Rate this content
Log in

Similar oriya poem from Tragedy