Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Priyadarsini Das.

Tragedy

3  

Priyadarsini Das.

Tragedy

ମାନବିକତା

ମାନବିକତା

1 min
199



କେଜାଣି କାହିଁକି 

ମୁଁ ତୋତେ ଖୋଜି ଚାଲିଛି ,

ସମାଜର ପ୍ରତି ସ୍ତରରେ 

ମୁଁ ତୋତେ ହିଁ ଖୋଜୁଛି ...,

କିନ୍ତୁ 

ତୁ ଯେ ଆଜି ଆଉ ମିଳୁ ନା ,

ସେ କଥା ପାଇଁ ମୁଁ ଅନଭିଜ୍ଞ ....।


ଏମିତି ଲାଗୁଛି 

କଉ ଏକ ପଥର ଦେହରେ 

ମୁଁ ମୋର ମୁଣ୍ଡକୁ ପିଟି ଚାଲିଛି ,

ଯାହାର ପରିଣାମ 

ଅତି ଭୟଙ୍କର ,

ମିଳିବନି କିଛି ତୋର ପରିଚୟ ....,


କିନ୍ତୁ ନିଶ୍ଚୟ 

ମିଲିଯିବେ କିଛି ଶତ୍ରୁ ,

କିଛି ଆପଣା ବି ବନିବେ 

ଅତି ଭୟଙ୍କର ଶତ୍ରୁ ....।


କର୍ପୁର ଉଡି ଗଲା ପରି ,

ସେ ପୁରୁଣା କଥା ଉଡି ଗଲାଣି ....।


ହଜି ଗଲାଣି ସେ ମାନବିକତାର କଥା ....


ହଜି ଗଲାଣି ସବୁ କିଛି ....।


ତଥାପି ମୁଁ ଖୋଜି ଚାଲିଛି ତୋତେ ,

ତୁ ମିଳିବାର ଆଶାରେ ,

ପୁଣି ଥରେ ତୋତେ 

ସମାଜକୁ 

ଲେଉଟାଇ ଆଣିବାର ଆଶାରେ ...।


Rate this content
Log in