Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Abstract Inspirational

4  

Bharatabandhu Biswal

Abstract Inspirational

ମାନବିକତା

ମାନବିକତା

1 min
523



ଧର୍ମ ସାରସ୍ୱତ ସଂସ୍କୃତି ସଂସ୍କାରେ

ବିକଶେ ମାନବିକତା

ବୁଦ୍ଧି ବିବେକକୁ ପରିମାର୍ଜେ ଜ୍ଞାନ

ଉନ୍ମଷଇ ଉତ୍କର୍ଷତା ।


ଉଜ୍ଜ୍ୱଳେ ପ୍ରତିଭା ସୂର୍ଯ୍ୟ ସମ ପ୍ରଭ

କାର୍ଯ୍ୟ କଲ୍ୟାଣକାରକ

ଦୂର ହୋଇଯାଏ ରୋଗ ଦୁଃଖ କଷ୍ଟ

ଅନ୍ଧକାର ଯୁଗପତ ।


ହି୦ସା ଦ୍ୱଷ କ୍ଲେଶ ଯୁଦ୍ଧ ବିଭୀଷିକା

ଅନାଟନ ମହାମାରୀ

ମାନବିକତାର ମହତ ଚିନ୍ତନ

ପାଖେ ଯାଇଥାଏ ହାରି ।


ଜାତି ବର୍ଣ୍ଣ ଧର୍ମ ଆଞ୍ଚଳିକବାଦ

ଲଙ୍ଘି ସର୍ବ ସୀମାରେଖା

ବିମଳେ ପ୍ରକାଶେ ପ୍ରଫୁଲ୍ଲ କମଳ

ସଦୃଶ ମାନବିକତା ।


ହେଉ ଦେଶରକ୍ଷା ଜ୍ଞାନ ବା ବିଜ୍ଞାନ

ସ୍ୱାସ୍ଥ୍ୟ ସେବା ରାଜନୀତି

ସୁରକ୍ଷା ଯତନେ ମହନୀୟ ଗୁଣ

ମାନବିକତା ସୁନୀତି ।


ଉଦ୍ଭାସିତ ହେଉ ପ୍ରକାଶର ସତ୍ତା

କୁସୁମିତ ହେଉ ପଥ

ସବୁଜ ସୁନ୍ଦର ହେଉ ଏ ଧରଣୀ

ଗତି ଲଭୁ ନ୍ୟାୟ ସତ୍ୟ ।


ସଙ୍ଗଠିତ ହେଉ ସୁପଥେ ସମାଜ

ସ୍ୱଚ୍ଛନ୍ଦ ବ୍ୟକ୍ତି ଆଦର୍ଶ

ସୁଲଭୁ ମାନବ ଜୀବନେ ସାଫଲ୍ୟ

ଗୈ।ରବ ଯଶ ଉତ୍କର୍ଷ ।



Rate this content
Log in

Similar oriya poem from Abstract