ମାନବିକତା ଯାଉଛି ହଜି
ମାନବିକତା ଯାଉଛି ହଜି


ମଣିଷ ଉଡୁଛି ଗଗନରେ ଏବେ
ହେଲେ ନାହିଁ ମଣିଷ ପଣିଆ
ଜନ୍ମ ଦେଇ ଯିଏ ବଡ କରିଥିଲା
ସିଏ ହୁଏ ଏବେ ହୀନିମାନିଆ ।
ରାତାରାତି ଧନୀ ହେବାର ଲୋଭରେ
ମଣିଷତ୍ୱ ତାର ଯାଉଛି ହଜି
କିପରି କରିବ ବେଶୀ ଧନ ରୋଜଗାର
ସେପାଇଁ କରୁଛି ଫିକର ଫନ୍ଦି ।
ମାନବିକତା ଆଜି କଷ୍ଟ ତା' ପାଇଁ
ଯେଉଁଠି ପଇସା ହୋଇବ ଖର୍ଚ୍ଚ
ସେଥିପାଇଁ ନିତି ଗଳାବାଟ ଖୋଜେ
ହୋଇଯାଏ ତାର ମତି ବି ଭ୍ରଷ୍ଟ ।
ସଂସ୍କାର ସଂସ୍କୃତି ସବୁ ପୋଡି ଖାଏ
ପଇସା ପଛରେ ହୋଇ ସେ ଅନ୍ଧ
ପେଟ ଚିରି ଯିଏ ଜନ୍ମ ଦେଇଥିଲା
ତା' ପାଇଁ କରଇ କପଟ ବନ୍ଧ।
ନିରାଶ୍ରୟ ଦେଖି ଭାଷଣ ଝାଡେ ସେ
କାଳେ ଖର୍ଚ୍ଚ ହେବ ପଇସା ତାର
ମାନବିକତା ପଣ ବହୁ କଷ୍ଟ ଭାବେ
ନିଜର ଲୋକଙ୍କୁ କରଇ ପର ।
ସ୍ନେହ ଦୟା କ୍ଷମା ନାହିଁ କା ହୃଦୟେ
ମାନବିକତା କୁ କରୁଛି ହତ୍ୟା
ମୋର ମୋର ହୋଇ ଜୀବନ ଯାଉଛି
ପଢୁନି ଥରେ ସେ ଭାଗବତ ଗୀତା ।