ମାନବ ପ୍ରେମୀ
ମାନବ ପ୍ରେମୀ
ମନୁଷ୍ୟ ହୋଇ ମନୁଷ୍ୟଙ୍କ ପାଇଁ
ସୁଖେ ଦୁଃଖେ ଭାଗିଦାରୀ ଯିଏ,
ନିଜେ ଦୁଃଖେ ରହି ଅନ୍ୟଙ୍କ ପାଇଁ
ସବୁବେଳେ ଚିନ୍ତା କରୁଥାଏ l
ସତ ମାର୍ଗରେ ଓ ସତ କାର୍ଯ୍ୟରେ
ସର୍ବଦା ଉପଦେଶ ଦେଉଥାଏ,
ଅଜ୍ଞାନ ରୂପକ ଅନ୍ଧକାରରୁ
ଯେ ଆଲୋକ ପ୍ରଦାନ କରୁଥାଏ l
ଥିଲେ ରାମକୃଷ୍ଣ,, ଯୀଶୁ, ଗୌତମ
ମହମ୍ମଦ, ସାଇ ଯେ ଅରବିନ୍ଦ,
ମହାବୀର, ନାନକ, ଚୈତନ୍ୟ
ପରମହଂସ ଯେ ବିବେକାନନ୍ଦ l
ଅନେକ ଅଛନ୍ତି ଯେ ସାଧୁ ସନ୍ଥ
ଇତିହାସକୁ ରୋମନ୍ଥନ କଲେ,
ଅନୁକୂଳ ଆଦି ମାନବ ପ୍ରେମୀ
କଳି ଶେଷରେ ଜନମି ଥିଲେ l
ସେମାନଙ୍କର ନୀତି ଆଦର୍ଶରେ
ଆମେ ସବୁ ହେଲେ ଅନୁପ୍ରାଣୀତ
ଏ ଜୀବନ ଆମ ସାର୍ଥକ ହେବ
ତାଙ୍କରି ଚରଣେ ହେଲେ ଆଶ୍ରୀତ l