Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhati Mahapatra

Inspirational Others Children

3  

Prabhati Mahapatra

Inspirational Others Children

ମାନବ କୌଶଳ

ମାନବ କୌଶଳ

1 min
178


ଯୁଗ ପରେ ଯୁଗ କେତେ ଯୁଗ ପରେ

ଉନ୍ନତ ମନୁଷ୍ୟ ଜ୍ଞାନ

ସଂରକ୍ଷଣ ଗାର  ନିର୍ମାଣ କରି ସେ

ତହିଁରେ ନିଗାଢେ ଧ୍ୟାନ ।


ମ୍ୟୁଜିୟମ ଗୃହେ   ବିଗତ ସ୍ମୃତିର

ସଂଭାରେ ନିୟୋଗେ ମତି

ହେଉ ବା ବସନ  କି ଅବା ଭୋଜନ

ମହୋଷଧି ବୋଳା ଅସ୍ଥି ।


ବହୁ ପୁରାତନ   ଗୀତା ରାମାୟଣ

ଭାଗବତ ଧର୍ମ ଶାସ୍ତ୍ର

ଜୀବନ ରକ୍ଷକ ଗୋଳା ବାରୁଦ କି

ଧନୁ ଠେଙ୍ଗା ଭାଲା ଅସ୍ତ୍ର ।


ଦେଶ ଦ୍ରୋହୀ କିବା ଦେଶର ରକ୍ଷକ

ବଳି ଦାନ ବୀର କଥା

କନ୍ଥେ ଦୃଶ୍ୟ ହୁଏ  ପଟ ଛବି ଚିତ୍ର

ଲୋତକ ରଞ୍ଜିତ ଗାଥା ।


ପିରାମିଡ୍ କିବା   ମମି ସଂରକ୍ଷଣ

ଜୀବିତ କୌଶଳ ବୁଦ୍ଧି

ପ୍ରାଚୀନ ପଦ୍ଧତି  ଲେଖନୀର କୀର୍ତ୍ତି

ମନ୍ଦିର ଶୋଭାର ସିଦ୍ଧି ।


କନ୍ଦ ଆଦିବାସୀ କନ୍ଦ ମୂଳ ଖାଦ୍ୟ 

ବସନ ରହନ ଶୈଳୀ

ଏ ସବୁକୁ ଦେଖି  ନେତ୍ର ପୁଲକିତ

କୌତୁହଳ ଭଳି ଭଳି ।


ବହୁ ମୂଲ୍ୟବାନ  ଅତୀତର ବିତ୍ତ

ଗଚ୍ଛିତ ଯତନେ ସୁଖେ

କିପରି ଏ ରତ୍ନ  ପ୍ରଲୋଭନେ ପଡି

ଇଂଗ୍ରେଜ କନ୍ଦାଏ ଦୁଃଖେ ।


କ୍ରୁର ମାନସିକ   ପିଶାଚ କୁବୁଦ୍ଧି

ସାଙ୍ଗ ଦେଇ ଦେଶ ଦ୍ରୋହୀ 

ଯେଉଁ ଇତିହାସ  ରଚି ଗଲେ ଏଠି

ସଂରକ୍ଷଣ ଲେଖେ ବହି ।


Rate this content
Log in

Similar oriya poem from Inspirational