Sitaram Budhibaman Behera

Classics


3  

Sitaram Budhibaman Behera

Classics


"ମାଁ ଶକ୍ତି "

"ମାଁ ଶକ୍ତି "

1 min 211 1 min 211

ଶକ୍ତି ପ୍ରଦାୟିନୀ ତୁହି ମାତ ଅମ୍ବେ 

ଅବତରି ଧରାଧାମେ 

ତୋଷୁଅଛୁ 

ତୁହି କୋଟି ଜନ ମନ 

ତୋର ଆଶିଷର ଦାନେ !


ତୋ କରୁଣାରେଣୁ ବେଛେଇ ଦେଇଛୁ 

ସ୍ଥାବର ଜଙ୍ଗମ ଠାରେ 

ପୁଲକିତ ହୁଏ ଏ ଧରାଧାମ ମାଁ 

ତୋର କର ପରସରେ 

ତୋର ଗୁଣଗାନ ପ୍ରତି ପ୍ରଭାତରେ 

କରନ୍ତି ଯେ ବିହଙ୍ଗମେ !


ସିଂହ ବାହିନୀ ମାଁ ଖରପର ଧାରିଣୀ 

ଯେତେ ଯୁଗ ସେତେ ନାମ 

ନାସିଛୁପାପୀଙ୍କୁ ରଖିଛୁ ତପୀଙ୍କୁ 

ଉଦ୍ଧରି ଏ ଧରାଧାମ 

ଆଜି ଏ ପତିତ ଡାକୁଛି ମାଆଲୋ 

ପତିତପାବିନୀ ନାମେ !


ଅମା ଅନ୍ଧକାର ଘୋଟିଆସେ ମାତ 

ପୁଣି ତୋର ଏ ସୃଷ୍ଟିରେ 

ଆଲୋକ ଦେଖାଅ ଆଜି ଏ ସଂତାନେ 

ଡାକେ କେତେ ଆତୁରରେ 

ପଥହରା ହୋଇ କଣ୍ଟକିତ ପଥେ 

ଚାଲୁଅଛୁ ଆଜି ଆମେ !



Rate this content
Log in

More oriya poem from Sitaram Budhibaman Behera

Similar oriya poem from Classics