Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binay Mohapatra

Classics

3  

Binay Mohapatra

Classics

ମାଲ୍ୟାଣୀଲୋ ଭଲ କଲୁ

ମାଲ୍ୟାଣୀଲୋ ଭଲ କଲୁ

1 min
208


ମାଲ୍ୟାଣି ଲୋ, ଭଲ କଲୁ,

ଦିନ ଆଲୁଅରେ ମୋତେ

ତୋର ମେଣ୍ଢା କରି ଦେଲୁ ।

ଗହନ ରାତିରେ କିଛି କ୍ଷଣ

ମୋର ପରିଚୟ, ମୋର ଅସ୍ମିତା

ମୋ ପାଖେ ଛାଡି ଦେଲୁ,

କିଛି ଘଡି ତ ମୋତେ ନିର୍ଦ୍ୱନ୍ଦରେ,

ମୋ ପରି ଜିଇଁବାକୁ ଦେଲୁ !

ଏଇ ସହରର ପ୍ରତିଟି ଗଳିରେ

ପ୍ରତି ଚଉଛକି ପାଶେ,

କେତେ ଯେ ବୁଲୁ ଛନ୍ତି

ମାଲ୍ୟାଣୀ ଲୋ,

ତୋରି ଛଦ୍ମବେଶ ନେଇ ।

ମିଠା ମିଠା କଥା କହି,

କେବେ ନାଲି ଟହ ଟହ

ଗୋଲାପ ଦେଖାଇ,

ମୋହି ନେଇ ଯାଆନ୍ତି ଲୋ

ସରଳିଆ ଗାଈଆଳ ମନ ।

ବିଚରା କିି ଜାଣେ

ଦୁନିଆର ଛନ୍ଦ କପଟ ଯେତେ,

କେବେ ଗୋଲାପ ଦେଖି ଖୁସି ହୋଇ ଯାଏ,

କେବେ ଚକ୍ ମକ୍ ରୂପର ମୋହରେ

ଅନାୟାସେ ବନ୍ଦି ହୋଇ ଯାଏ ।

ମାଲ୍ୟାଣୀ ଲୋ,

ଏଠି ତ ଭଳିକି ଭଳି ଆସନ୍ତି,

ରୂପ ବଦଳେଇ ବଦଳେଇ,

କେତେ ଧୋବ ଧାବଳିଆ ହୋଇ ।

କେବେ ମିଛ ଲୁହରେ ଭିଜେଇ ଦିଅନ୍ତି,

କେବେ ସୁନାର ସପନ ଦେଖାନ୍ତି,

ଆଉ ଦେଖୁ ଦେଖୁ ଆଖି ପଲକରେ

ମେଣ୍ଢା କରି ଦିଅନ୍ତି ସବୁଦିନ ପାଇଁ,

ଶେଷେ ଛାଡି ଦେଇ ଯାଆନ୍ତି

ଅଗନା ଅଗନି

ଗହନ ବନସ୍ତରେ ନେଇ ।

ମାଲ୍ୟାଣୀ ଲୋ, ଡର ଲାଗେ ଆଜି,

ଦୁନିଆର ରଙ୍ଗ ଢଙ୍ଗ ଦେଖି,

ସରଳତା ଗୁଣ ନୁହେଁ ଏଠି,

ସରଳତା ସହଜରେ

ସମ୍ମୋହିତ ହୋଇ ଯାଏ ବୋଲି ।

ଧୂର୍ତ୍ତ ବ୍ୟାଧ ଘୁମନ୍ତି ଚଉଦିଗେ,

ମେଣ୍ଡା ତ କରି ଦେବେ ଘଡିକରେ,

ଆଉ, ଦିନ ସରିବା ଆଗରୁ

କାଟିକୁଟି ଖାଇ ଯିବେ,

ପୁଳା ପୁଳା କଞ୍ଚା ମାଂସ,

ଭୋକିଲା ଶାର୍ଗୁଣାର ଦଳ

ଉଡୁଛନ୍ତି ଡେଣା ତାଙ୍କ ମେଲି ।

***0***


Rate this content
Log in

Similar oriya poem from Classics