Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dharitri Das

Classics

4  

Dharitri Das

Classics

ମାଗୁଛି କରୁଣା ଟିକେ

ମାଗୁଛି କରୁଣା ଟିକେ

1 min
343


ମାଗୁନାହିଁ ଧନ ଜନ ଗୋପ ଲକ୍ଷ୍ମୀ

   ମାଗୁଛି କରୁଣା ଟିକେ

ଦୟାକର ବାରେ ଜଗତର ନାଥ

    ସ୍ପର୍ଶ କର ମାତା ବୁକେ।


ଯନ୍ତ୍ରଣା ସିକ୍ତ ମୋ ମାତା ରାଣୀ ଦେଖ

     ସହି ପାରୁନାହିଁ ନେତ୍ର

ସଂସାର ମୋହରେ ପଡ଼ି ଦିନ ଗଲା

    ପଢ଼ି ନାହିଁ ଦିନେ ସ୍ତୋତ୍ର।


ସନ୍ତାନ ବତ୍ସଳା ଲୋଭ ବସେ ପଡ଼ି

     ହେଉଅଛି ଛଟପଟ

ଦୟା କର ବାରେ ଆହେ ହୃଷୀକେଶ

     ନକରି ତୁମେ କପଟ ।


ସବୁ ଦୋଷାଦୋଷ କ୍ଷମା କରିଦେଇ

     ଯନ୍ତ୍ରଣାରୁ କର ମୁକ୍ତ

ମନରୁ ତାଙ୍କର   ମାୟାର ପଟଳ

    ଦୂରେଇ ସଜାନ୍ତୁ ଭକ୍ତ।


ଦିଅ ସଦଗତି  ଆହେ ଲକ୍ଷ୍ମୀ ପତି

     ତୁଣ୍ଡେ ଥାଉ ତୁମ ନାମ

ଶେଷ ସମୟରେ କୃଷ୍ଣ ନାମ ଜପି

     ଯାଆନ୍ତୁ ବୈକୁଣ୍ଠ ଧାମ।


ଏହି ଅଳି ମୋର ପୂରଣ କର ହେ

     ବଂଶିଧାରୀ ନନ୍ଦସୂତ

ଶରଣ ଦିଅ ହେ ଶ୍ରୀପଦେ ତୁମର

     କୃତ କର୍ମ କରି ଧୌତ।


Rate this content
Log in

Similar oriya poem from Classics