ମାଆର ମମତା
ମାଆର ମମତା
ମମତା ତ ମମତା ମାଆର ମମତା
ସେତ ଏକ ଅମୂଲ୍ୟ ସଂହିତା
କେବେ ହଜିନାହିଁ ତାହାରି ସତ୍ତା ।
ଦିନେ ନଦେଖିଲେ ଖାଇ ନଥାଏ
ଅପଲକ ନୟନେ ଚାହିଁ ରହିଥାଏ
ରୋଗ ହେଲେ ପାଖେ-ପାଖେ ଥାଏ
ସଦା ଈଶ୍ୱର କୁ ଡ଼ାକୁଥାଏ ।
ସନ୍ତାନ ମଙ୍ଗଳ ପାଇଁ
ମାଆ ଓଷା ବ୍ରତ କରେ
ଶେଷରେ ସନ୍ତାନ ତାକୁ ଧିକ୍କାର କରେ
ଦଶମାସ ଦଶଦିନ ଗର୍ଭରେ ଧରେ
ଯେତେ କଷ୍ଟ ହେଉ ପଛେ ମନ ଉଣା ନକରେ ।
କୁନି-କୁନି ହାତଧରି ଚାଲି ଶିଖାଏ
ଜିବନ ଜିଁବାର ରାହା ବତାଏ
ବାର ଘରେ ପାଇଟି କରି ମଣିଷ କରେ
ଶେଷରେ ସନ୍ତାନ ତାକୁ ଧିକ୍କାର କରେ ।
ଯେତେ ଦୁଃଖ ଆସୁ ମାଆ ସବୁ ସହି ଯାଏ
ନିଜେ ଭୋକିଲା ରହି ପୁତ୍ର ମୁହେଁ ଦାନା ଦିଏ
ସନ୍ତାନ ସୁଖ ପାଇଁ ମାଆ ସବୁ ତ୍ୟାଗ କରେ
ପରିଷେଶେ ପୁତ୍ର ତାକୁ ହତାଦର କରେ।
ତଥାପ ମାଆ ସନ୍ତାନର ଅମଙ୍ଗଳ ନଚାହେଁ
ସଦା ସର୍ବଦା ତାର ଶୁଭ ମନାସି ଥାଏ
ଆସୁ ଯେତେ ଝଡ଼ଝଞ୍ଜା ମାଆ କେବେ ହାରେ ନାହିଁ
ସନ୍ତାନ ସୁଖ ପାଇଁ ମାଆ ମୃତ୍ୟୁକୁ ଡ଼ରେ ନାହିଁ ।
ମମତା ତ ମମତା ମାଆର ମମତା
ସେତ ଏକ ଅମୂଲ୍ୟ ସଂହିତା
କେବେ ହଜିନାହିଁ ତାହାରି ସତ୍ତା ।