ମାଆ
ମାଆ
ମାଆ ନାମ ସତେ କେତେ ନିଜର
ବୁଝି ପାରେ ସେ ଆମ ଅନ୍ତର
ଆମ ବିନା ସେ ରହି ପାରେ ନାହିଁ l
ଆମକୁ ଜନ୍ମ ଦେଇଛି କେତେ ଦୁଃଖ ସହି
ମାଆ ବିନା କିଏ ବୁଝିବ ମନ କୁ
କେତେ କଷ୍ଟ ସହି ପାଳେ ସେ ଆମକୁ l
ତାର ଋଣ ଆମେ ସୁଝି ପାରିବା ନାହିଁ
ମାଆ ପରି କେହି ହୋଇବ ନାହିଁ
ଯାର ପଣତ ତଳେ ଥିଲେ ସୁଖ ମିଳେ l
ତାର ପାଖେ ଥିଲେ ଶାନ୍ତି ବି ମିଳେ
ଯାର ହାତ ରନ୍ଧାର ତୁଳନା ନାହିଁ
ଖାଦ୍ୟ ର ସ୍ୱାଦ ଅମୃତ ପରି ଲାଗଇ l
ଆମ ଫେରିବା ବାଟ କୁ ସେ ଚାହିଁ ଥାଏ
ଆମ ବିନା ତାର ଲୋଡ଼ା ନାହିଁ କିଏ
ଯାର ମମତାର ତୁଳନା ନାହିଁ l
ସେହି ତ ସ୍ନେହମୟୀ ମାଆ ହୁଅଇ
କେତେ କଷ୍ଟ ସେ ସହି ଯାଇଛି
ନିଜ କଥା କେବେ ନ ଭାବିଛି l
ଯାର ବିନା ଦୁନିଆ ପର ଲାଗଇ
ଆମ ଜନ୍ମ ଦାତ୍ରି ମାଆ ତ ସେହି l