Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarojini Mishra

Abstract Inspirational

3  

Sarojini Mishra

Abstract Inspirational

ମାଆ

ମାଆ

2 mins
134



ମାଆ ତୋ ମମତା ସାଗର ଠୁ ବଡ

    ଅଟଇ ଅମୂଲ୍ୟ ମୋତି

ଯିଏ ମୋ ଜୀବନେ ଢାଳି ଦେଇଅଛି 

   ଅଲିଭା ସୁନ୍ଦର ଜ୍ୟୋତି ।


ସବୁ ସଂପର୍କର ସୀମା ସରହଦେ

   ସଂପର୍କ ଆକାଶ ଛୁଆଁ 

ସବୁ ସଂପର୍କ ଠୁ ତୁ ବି ଗଣତିରେ

   ନ' ମାସ ଯେ ଆଗୁଆ ।


ମାଆ ତୋର ମନ ଆକାଶୁ ମହାନ

   ପୃଥିବୀ ଠୁ ବେଶୀ ସହେ

ମାଆ ତୋର ମନ ସବୁବେଳେ ଖାଲି

   ମୋ ସୁଖ ମନାସୁ ଥାଏ ।


ମାଆ ତୋର ଚିନ୍ତା ଚେତନା ସବୁ ଯେ

   ମୋ ପାଇଁ ଯେ ସମର୍ପିତ

ମୋ ଚଲା ପଥକୁ ସୁଗମ କରିବା

   ତୋର ଚିରନ୍ତନ ବ୍ରତ ।


ତୋ ପଣତ କାନି ମୋ ପାଇଁ ମାଆ ଲୋ

    ପତିତପାବନ ନେତ

ତୋ କୋଳ ମୋ ପାଇଁ ତୁଳି ତଳ୍ପ ଠାରୁ

   ଅଟେ ବେଶି ଆକର୍ଷିତ ।


ତୋ କୋଳରେ ମୁଣ୍ଡ ରଖି ଶୋଇଗଲେ

  ବ୍ୟଥା ବେଦନା ମୋ ଲିଭେ

ତୋର ଆଶୀର୍ବାଦେ ଜୀବନ ଯାତ୍ରା ମୋ

   ସଫଳ ଯେ ହେଉଥାଏ ।


ମାଆ ତୋର କୋଳ ନିର୍ଭୟ ମନ୍ଦିର

   ବିପଦେ ସାହସ ଦିଏ

ତୋ ନିଃସ୍ଵାର୍ଥ ସେବା ପ୍ରତିଟି ସନ୍ତାନେ

   ଆନନ୍ଦ ପ୍ରଦାନ କରେ ।


ମୋ ମୁହଁକୁ ଚାହିଁ ବୁଝି ନେଉ ତୁହି

   ମୋ ମନ ତଳର କଥା

ନିଜ ଜୀବନକୁ ବିପନ୍ନ କରି ତୁ

  ସନ୍ତାନେ ଦେଉ ଭରସା ।


ମନେ ପଡେ ମାଆ ପିଲାବେଳ କଥା

   କେତେ ମିଛ ତୁ କହିଛୁ

କିଛି ନ ଖାଇ ବି ମୋହ ପାଇଁ ତୁହି

   ଖାଇବା ଆଣି ଦେଇଛୁ ।


ମହାର୍ଘ ମିଛ ତୋ ମୋ ପାଇଁ ଲୋ ମାଆ

   ସତ୍ୟ ଠୁ ଅଟେ ପବିତ୍ର

ଯେଉଁ ମିଛ ତାର ସ୍ଵତନ୍ତ୍ରତା କଥା

   କରାଇ ଥାଏ ଚିତ୍ରିତ ।


ମୋ ପାଇଁ ମାଆ ଲୋ କେତେ ଉପବାସ

  କେତେ ଦେବ ଦେବୀ ପୂଜା

ସବୁ ତୁ କରିଛୁ ଜୀବନ ଜଞ୍ଜାଳେ

  ସହିଛୁ ଅନେକ ବ୍ୟଥା ।


ମୋର ବେଦନାକୁ ଭୁଲାଇବା ପାଇଁ

   କେତେ ବେଦନା ସହିଛୁ

କେବେ କହି ନାହୁଁ ମନ ଖୋଲି ମାଆ

   ମୋ ସୁଖେ ସୁଖି ହୋଇଛୁ ।


ଆଜି---

ସଫେଦ୍ ହୋଇଛି ବୟସ ତୋହର

   ଚାହିଁଲେ ପାରୁନୁ କହି

ହେଲେ ମନେପଡେ ତୋ ହାତ ପରଶା

   ପାରୁନି ତ କେବେ ଭୁଲି ।


ତୋ ସ୍ନେହ ଝରଣା ଅନ୍ତଃ-ସଲିଳା

   ଆଜି ହୋଇ ବହୁଅଛି

ମୁଁ ଜାଣିଛି ମାଆ ତୋ ଅକୁହା କଥା

   କେତେ କଥା କହୁଅଛି ।


ତୋ ଆଶୀର୍ବାଦରେ ବଡ଼ ମୁଁ ହୋଇଛି

  ମୋ ପାଇଁ ତୁ ଯେ ମହାନ

ତୋର ହାତ ସଦା ମୋ ମୁଣ୍ଡରେ ଥାଉ

  କରୁ ଥା ମୋତେ କଲ୍ୟାଣ ।


ତୋ ପାଇଁ ମାଆ ଲୋ ମୋ ପାଖେ କେବେ ବି

    ସମୟା ଭାବ ନ ହେଉ

ତୋ ସୁଖ-ଦୁଃଖରେ ଏଇ ତୋ ସନ୍ତାନ

  ସଦା ତୋ ସାଥିରେ ଥାଉ ।


ମଣିଷ ଜନମ ଦେଇ ତୁ ମାଆ ଲୋ

  କରି ଦେଲୁ ମୋତେ ଧନ୍ୟ

ତୁ ପରା ମୋ ପାଇଁ ଚଳନ୍ତି ଠାକୁର

  କରୁଛି ତୋତେ ନମନ ।

      


Rate this content
Log in