ମାଆ ତାରିଣୀ
ମାଆ ତାରିଣୀ


ଜନ୍ମଦେଇ ମାଆଲୋ ତୁ କରମଦାୟୀ
ଭାବଦାୟୀ ତୁ ଭବାନୀ,
ତାରିପାରୁ ମାଆ, ସର୍ବ ସଙ୍କଟୁ ତୁହି
ନାରାୟଣୀ ମାଆ, ତାରିଣୀ...
ଅଧିର ହୋଇ ମାଆ,କରୁଛି ଗୁହାରି
ହୃଦୟର ଅନୁକୋଣେ,
ମାଆ,ବୋଲି ହୃଦେ ମୁହୂର୍ତ୍ତେ ପାଶୋରି
ରହିକି ପାରିବି କ୍ଷଣେ...
ଝରେ ଆଖି ଲୁହ ବେଦନାର କୋହ
ଅପରାଧିଟିଏ ହୋଇ,
ପଣତ ପ୍ରସାରୀ ଘଟଗାଆଁ ମୋହ
ହୃଦୟେରେ ଦୟାମୟୀ...
ଶ୍ରୀପଦ ଧରି ମାଆ, ମଥା ଲୋଟୁଅଛି
କ୍ଷମାର ସାଗରୀ ତୁ
ହି,
ଦର୍ଶନ ଦେବୁ ମାଆ, ଗୁହାରି କରୁଛି
ପଦ ବାସିନୀ ମାଆ ମୁହିଁ...
ସମ୍ପର୍କ ସଂସାରେ ତୋର, ମୋର ଭାବ
ଜାଣୁଲୋ କୃପା ଦାୟିନୀ,
କୃପାର କରୁଣା ଅମୃତରେ ଉଣା
ପଣତେ କରେ ଦୟିନୀ...
ସହସ୍ର ନାମରେ ସହସ୍ର ପୀଠରେ
ବାଣ୍ଟୁଅଛୁ ମାଆ, ଅମୃତ,
ହୃଦୟେ ସୁମରି ତୋତେ ଅନୁସରି
ଲୁହ, କୋହ ଭରାପଥ...
ଭାବ ପୁଷ୍ପମାଆ ଲୋ ନେବୁ ହୃଦୟରୁ
ଦୋଷ କରିଦେବୁ କ୍ଷମା,
ଅଭୟ ପଣତେ ବରାଭୟ ଦେବୁ
ପ୍ରଣତି ତୋ ସମର୍ପିତା...