Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

3  

Arjuni charan Behera

Inspirational Others

ମାଆ ରଣପୁରେଶ୍ୱରୀ

ମାଆ ରଣପୁରେଶ୍ୱରୀ

1 min
184


ରଣପୁର ରାଜ୍ୟ ଉତ୍କଳ ପ୍ରଦେଶେ

  ଶୋଭାର ଭଣ୍ଡାର ଖ୍ୟାତ ଇତିହାସେ l


ସବୁଜ ବନାନୀ, ଝର, ନିର୍ଝରିଣୀ

 ବକ୍ଷଶୋଭା ପୁଣି କେତେ ଗିରିଶ୍ରେଣୀ l


ସେ ପର୍ବତ ମଧ୍ୟେ ମଇନାକଗିରି

    ଶିରେ ଯା' ବସନ୍ତି ରଣପୁରେଶ୍ୱରୀ l


ମାଆ ମଣିନାଗ ଖ୍ୟାତ ଜଗତରେ

      ବିରାଜି ଅଛନ୍ତି ଚକା ଶିଳା ପରେ l


ନାଗ ସପ୍ତଫେଣୀ ମସ୍ତକେ ଶୋଭଇ

    ଆଶିଷଦାୟିନୀ ମା' କରୁଣାମୟୀ l


ଇତିହାସେ ମାଆ ଅଛନ୍ତି କୁଖ୍ୟାତ

     ପିଉଥିଲେ କାଳେ ତାଜା ନରରକ୍ତ l


ସନ୍ତାନ ରୁଧିର ମାଆ କି ପିଇବ 

       ଭିଆଣ ସିନା ଏ ଅଜ୍ଞାନ ମାନବ l


ଅନ୍ଧବିଶ୍ୱାସ ଏ କାଳେ ନାଶଗଲା

      ଦୟାମୟୀ ମାଆ ସନ୍ତାନବତ୍ସଳା l


ମାଆ ମଣିନାଗେ କୋଟି ଦଣ୍ଡବତ

      ଜଗତ ରଖିଥା ଘୋଡ଼ାଇଣ ଘଣ୍ଟ l

               


Rate this content
Log in

Similar oriya poem from Inspirational