ମାଆ ନାମ ମଧୁର
ମାଆ ନାମ ମଧୁର
ମାଆ ତୁମେ ହିଁ ସୃଷ୍ଟିର ସର୍ଜନା ଜଗତରେ ଧନ୍ୟା ତୁମ ବିନା ନାହିଁ କିଛି ବି କଳନା
ସୀମାନ୍ତ ପ୍ରହରୀ ଭାବେ ହୋଇଥାଅ ଛିଡ଼ା ଦେହରେ ଲାଗେନା ଟିକିଏ ବି କଣ୍ଟା।
ତୁମେ ହିଁ ବ୍ରହ୍ମା ବିଷ୍ଣୁ ମହେଶ୍ୱର ଆଦି ମାତା କରୁଛି ଗୁହାରି ମାଗୋ ରଖିବ କରୁଣା
ତବ ଦୟାବଳେ ଦେଖିଲି ଦୁନିଆ ବିପଦେ ମହିଷାମର୍ଦ୍ଧିନୀ ପରି ହୋଇଥାଅ ଠିଆ।
ସୂର୍ଯ୍ୟ ସମ ତୁମେ ତୁମରି ଜ୍ୟୋତି ରେ ଏହି ଶରୀର ହୋଇଛି ଗଢ଼ା
ତେଜିୟାନ୍ ହୋଇ ଭୂମଣ୍ଡଳେ ବିହରେ ବୀର ଦର୍ପରେ ଆଜି ହୋଇଛି ଛିଡ଼ା
ଚନ୍ଦ୍ର ର କିରଣ ଶୀତଳ ଜ୍ୟୋତ୍ସ୍ନା ମନରେ ଭରିଛି ମୋର ଶାନ୍ତି ଓ କ୍ଷମା।
ଲକ୍ଷ୍ମୀ ଠାକୁରାଣୀ ମଗୋ ଅନ୍ନପୂର୍ଣ୍ଣା ତୋ ପାଇଁ ଶରୀରେ ବୋହେ ରକ୍ତ ଧାରା
ହଳାହଳ ବିଷ ପାନ କରି ତୁହି ମୋ ଦେହେ ଲେପିଲ ଚନ୍ଦନ ଚିତା।
ଝରି ଝରି ତୁହି ନିର୍ଝରଣୀ ପରି ଜଗତରେ ତୁମେ ମେଣ୍ଟାଅ ତୃଷ୍ଣା
ଦରିଆ ଠୁଁ ବଡ଼ ଗଗନ ର ସମ ତୁମରି ହୃଦୟରେ ଯେତେ ଭାବନା।
ତୁହି ମାଆ ବସୁଧା ତୁମେ ସର୍ବଂସ୍ବାହା ସହିଛ ମୋର କେତେ ଯାତନା
ଫୁଲ ପରି ତୁହି ଖିଲି ଖିଲି ହସି ଅଙ୍ଗେ ଅଙ୍ଗେ ଭରି ଦେଇଛୁ ସୁଧା।
ବିପଦ ଆସିଲେ ଚାତକ ଆତୁରେ ଯେବେ ହୋଇଥାଅ ଲୋଡ଼ା
ଟପ୍ ଟପ୍ ହୋଇ ବରଷି ଯାଅ ଗୋ ପୁରି ଉଠେ ମୋର ଆତ୍ମା।
ମୋ ମନ ମନ୍ଦିରେ ତୁମେ ମୋ ଠାକୁର ତୋ ପଣତ ମୋ ପାଇଁ ଧୂଜା
ଲୋଡ଼ା ନାହିଁ ମୋର ଆଉ କେଉଁ ଦେବତା ତୁମେ ହିଁ ହର୍ତ୍ତା କର୍ତ୍ତା।
ଗୁରୁ ରୂପେ ମୋତେ ଶିଖାଇଛ ଯେତେ କେତେ ନୂଆ ନୂଆ କଥା
ମୃତ୍ୟୁ ସଞ୍ଜିବନୀ ସାଜିଛ ଧରାରେ ପେଟେ ଦେଇ ଓଦାକନା। ଦୁଃଖ କଷ୍ଟ ସହି ବଡ଼ ତୁ କରିଚୁ ସେ ସବୁ ଭୂଲି ହୁଏନା
ସେ ୠଣ କି ସୁଝି ପାରିବି ଏ ଜନ୍ମେ କ୍ଷମା କରିଦେବ ମାଆ।
ମାଆ ନାମ ମଧୁର ଅମୃତ ସମାନ ସନ୍ତାନ ପାଇଁ ଜଗଦମ୍ବା
ସବୁ କର୍ମ ପଛେ ତୋ ପାଦ ପଦ୍ମରେ ଥାଉ ସଦା ମୋ ମଥା।
ସ୍ଵର୍ଗ ମର୍ତ୍ତ୍ୟ ପାତାଳ ଖୋଜି ମୁଁ ପାଏନା ବାଲ୍ମୀକି ଆଶ୍ରମେ ସୁଖରେ ଥାଆ
ଏହି ସମୟରେ କେତେ ଦେବ ଅଗ୍ନି ପରୀକ୍ଷା, ଯେଉଁଠି ଅଛୁ ଭଲରେ ଥାଅ ମୋ ମାଆ।।