Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mamatamanjari Das

Others

4  

Mamatamanjari Das

Others

ମାଆ ମୋ ଆସିବେ ଧରା

ମାଆ ମୋ ଆସିବେ ଧରା

1 min
348


ଭାଦ୍ରବ ସରିଲା ଆଶ୍ୱିନ ଆସିଲା

ହୁଏ ଚିକି ମିକି ଖରା

ଧବଳ ପାଟରେ ପୃଥିବୀ ମଣ୍ଡିତା

ମାଆ ଆସୁଛନ୍ତି ଧରା।


ଶୁଭ୍ର କାଶତଣ୍ଡୀ ଶୋଭାରେ ତାହାର

ଧରାକୁ କରେ ମଣ୍ଡନ

ତା' ଚାମର ସ୍ପର୍ଶେ ମାଆ ଦଶଭୂଜା

ହେବେ ପରା ଅବତୀର୍ଣ୍ଣ।


ଖୁସିର ତରଙ୍ଗେ ତରଙ୍ଗାୟୀତ ସେ

ହୃଦୟ ତା ରୋମାଞ୍ଚିତ

ଏ ଧରା ପୃଷ୍ଠରେ ମାଆ ଅବତରୀ

ହରିବେ ସଭିଙ୍କ ଦୁଃଖ।


ବାସ୍ନାହୀନ ତାର ଶ୍ୱେତ ବର୍ଣ୍ଣ ରୂପ

ହେଲେ ମାଆଙ୍କର ପ୍ରିୟ ସେହି

ଫୁଟିଲେ ଧରାରେ ସୌନ୍ଦର୍ଯ୍ୟରେ ତାର

ସଭିଙ୍କ ମନ ନେଇଥାଏ ମୋହି ।


ମର୍ତ୍ତ୍ୟ ଭୂମି ଆଜି ସାନନ୍ଦେ ସଜ୍ଜିତା

ପାଇ ଶରତର ସ୍ପର୍ଶ

ମାଆ ଆସୁଛନ୍ତି ଏ ଧରା ଧାମକୁ

ଶୁଭେ ଆବାହନି ମନ୍ତ୍ର ।


କାଶତଣ୍ଡୀ ମନ ଅଛି ହର୍ସୋତ୍ ଫୁଲ

ସେବିବ ମାତା ପୟର

ତା' ଆଲଟ ଚାମରେ ମାତା ପାଦ ସେବି

ପାଇବ ମୋକ୍ଷର ଦ୍ୱାର।


Rate this content
Log in