Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Others Children

3  

Bharatabandhu Biswal

Inspirational Others Children

ମାଆ ଗୋ ମମତାମୟୀ

ମାଆ ଗୋ ମମତାମୟୀ

1 min
331



ମାଆ ଗୋ ମମତାମୟୀ

    ଜନନୀ ମୋର

ପାଦପଦ୍ମେ କରୁଛି ମା

    କୋଟି ଜୁହାର ।


ସର୍ବ°ସହା ମାଆ ତୁମେ

    କରୁଣାର ମୂରତି

ଜନନୀ ମା ଜନ୍ମଭୂମି

    ପୁଣ୍ୟମୟୀ ଧରିତ୍ରୀ

ତୋର ପାଦଧୂଳି ଲାଗି 

     ମୋ ମଥା ଉଜ୍ଜ୍ୱଳ ।


ତୁ ତ୍ୟାଗ ତପସ୍ୟାର

    ପ୍ରାଣମୟୀ ଶକତି

ଜଳୁ ତିଳ ତିଳ ହୋଇ

    ସଳିତାଟି ପରିକି

ମୋ ସୁଖ ସମ୍ପଦ ଶୀରି

    ତୁ ମୂଳ ଆଧାର ।


ତୋ ଓଠର ହସଟିକେ

    ତୋର ଶୁଭ ମନାସ

ଜୀବନେ ମୋ ଭରିଦିଏ

    ଆନନ୍ଦ ଓ ଉଲ୍ଲାସ

ଅମୃତ ତୋ ସ୍ନେହଶ୍ରଦ୍ଧା

    ଅଭୟ ତୋ କୋଳ ।


ତୁ ଏକା ସାହା ମାଆ

    ତୁ ଅଟୁ ଭରସା

ତୋର ପଦେ ଗତିମୁକ୍ତି

    ଆଲୋକ ତୁ ଆଶା

ତୋ ପାଦରେଣୁ ତଳେ

    ସ୍ୱର୍ଗସୁଖ ସମ୍ଭାର ।


Rate this content
Log in

Similar oriya poem from Inspirational