STORYMIRROR

DILIP KUMAR SAHOO

Children Stories

4  

DILIP KUMAR SAHOO

Children Stories

ମାଆ ଦେବେ ଯାହାଖାଇବାରେ ହାପୁଡି

ମାଆ ଦେବେ ଯାହାଖାଇବାରେ ହାପୁଡି

1 min
347


ସାଗର ରୁ ମିଳେ ଶଙ୍ଖ

            ଶାମୁକା ଓ କଉଡ଼ି

କେରି କେରି ଝୋଟରେ ତ

             ବୁଣା ହୁଏ ଦଉଡ଼ି।

ଗୋପାଳ ବାଳକ ନାଇ

            ଅଣ୍ଟାରେ ତ ଘାଗୁଡି

ଗାଆନ୍ତି ଉଗାଳ ସେତ

             ଖେଳିଥାନ୍ତି ଲଉଡି ।

ମୂଲିଆ କରନ୍ତି କାମ

               ମୁଣ୍ଡେ ଭିଡ଼ି ପଗଡି

ଖରା ତରା ସହିସହି

               ଦେହୁ ଝାଳ ନିଗାଡି ।

ମଜା ଲାଗେ ଖେଳିବାକୁ

                   ଡୁଡୁ ଆଉ କବାଡି

ରାହା ଯିଏ ଦିଏ ତାକୁ

                    ଟାଣି ଧରୁ ଜାବୁଡ଼ି।

ଟାଙ୍ଗେରା ପଡିଆକୁ

                    କହୁ ଆମେ ରଗଡ଼ି

ଗଛ ଲତା ନାହିଁ ବୋଲି

                   ପାଣି ଯାଏ ନିଗିଡ଼ି।

ବରଷା ନହେଲେ ଭଲ ,

                    ଧାନ ହୁଏ ଅଗାଡି

ଚଷା ଭାଇ ସଂସାର ତ

                    ଦେଇଥାଏ ଉଜାଡି।

ବାସନକୁ ଧୋଇସାରି

                   ରଖ ତାକୁ ଉଗାଡି

ଓଦା ଲୁଗା ଶୁଖାଇବ

                   ଭଲ ଭାବେ ଚିପୁଡି ।

ଦହି ନଡ଼ିଆ ରେ ହୁଏ

             ସୁଆଦିଆ ପାଚେଡି

ସୁଆଦିଆ ଲାଗେ ଭାରି

                   ଘିଅ ମିଠା ଖେଚୁଡ଼ି।

ମୁଢ଼ି ସାଙ୍ଗେ ଭଲ ଲାଗେ

                    କଞ୍ଚା ଲଙ୍କା ପକୁଡ଼ି

ଦେହ ପାଇଁ ଭାରି ଭଲ

                     କଞ୍ଚା ମୂଳା କାକୁଡି।

ଆଈ ତ ତୋଳନ୍ତି ଫୁଲ

                    ଧରି ଫୁଲ ଚାଙ୍ଗୁଡି

ଛୁଇଁ ପାରିବାକୁ ଲୋଡା

                    ଲମ୍ବା ବତା ଆଙ୍କୁଡି।

ଚିଲିକାରୁ ଆସିଥାଏ

                   ଜିତିଜାତି ଚିଙ୍ଗୁଡ଼ି

ଖାଇସାରି ଅଜା ଆମ

                    ମାରିଥାନ୍ତି ଘୁଙ୍ଗୁଡ଼ି।

କ୍ଷୀର ମରିମରି ସେତ

                   ହୋଇଯାଏ ରାବିଡି

ମଇଦାରେ ହୋଇଥାଏ

                   ସିଙ୍ଗଡା ଓ କଚୋଡି ।

ହାଟ ବଜାର ର ଖାଦ୍ୟ

                   ଦିଏ ଦେହ ବିଗାଡି

ମାଆ ଦେବେ ଯାହା ତାକୁ

                    ଖାଇବାରେ ହାପୁଡି।


Rate this content
Log in