ମାଆ ଚଢେଇ
ମାଆ ଚଢେଇ
1 min
148
ଆଖିରୁ ବହଇ ଅଶ୍ରୁ ଝରଝର
ମାଆ ଚଢେଇର ଦୁଃଖ,
ଲହୁ ଲୁହ ଦେଇ କେତେ ଝଡ଼ ସହି
ଦେଇଥିଲା ଭରି ସୁଖ।
ଜାଣି ତ ନ ଥିଲା ଲାଗିଗଲେ ପର
କରିଦେବେ ତାକୁ ପର,
ଏକାକୀ ବସାରେ ଝୁରିବ ଅତୀତ
ଶୂନ୍ୟ ହେବ ବାସ ତା'ର।
ଚଞ୍ଚୁଏ ଚଞ୍ଚୁଏ ଆହାର ଯୋଗାଇ
ଦୁନିଆଁକୁ ଦେଖାଇଲା,
ଭଲମନ୍ଦ ପୁଣି ବାଟ କି ଅବାଟ
ଅନ୍ଧାରେ ବି ଚିହ୍ନାଇଲା।
ସ୍ଵାର୍ଥେ କବଳିତ ହୋଇଣ ଆଜି ତ
ଗଲା ଭୁଲି ମମତାକୁ,
ଅଛି କି ନ ଅଛି କେମିତି ବା ଅଛି
ଆସେ ନାହିଁ ଦେଖିବାକୁ।
ପଡି ତା ନୀଡ଼ନୀଡ଼ରେ ସଢୁଛି ଭୋକରେ
ଖୋଜୁଛି ବିଳିବିଳେଇ,
ଯୁଆଡେ ଯାଇଛୁ ସୁଖରେ ରହ ତୁ
ସାହା ତୋ ଜଗତସାଇଁ।