ମା
ମା


ମା ପରି କେହିନାହିଁ ଜଗତରେ ଆଉ
ତାର ସେନେହ ମମତା କୁ ପାଇ ଏ ଦିନ ସରି ଯାଉ।
ମା ପରି ମନ କିଏ ଜାଣିବ
ସୁଖ ଦୁଃଖ ଯିଏ ସଦା ବୁଝୁ ଥିବ।
ମା ର କୋଳ ସରଗ ପୁର ସବୁ ସନ୍ତାନ ପାଇଁ
ମା ଠୁ ବଡ ସଂସାରରେ ଆଉ କେହି ହେବ ନାହିଁ।
ମା ହାତ ରେ ଛୁଇଁ ଦେଲେ ମନ କୁ ଶାନ୍ତି ମିଳେ
ମା ବିନା କିଛି ଲୋଡ଼ା ନାହିଁ ଏଇ ଭୂମଣ୍ଡଳେ।
ଅନ୍ତର ବୁଝିବାର ଶକ୍ତି ଏକା ମା ପାଖରେ ଅଛି
ମା ବିନା ସାହା କେହି ନାହିଁ ଜଗତ ଜାଣିଛି।
ହେ ଈଶ୍ୱର ମା ସଦା ପାଖେ ପାଖେ ରହିଥାଉ
ତୁମରି କୃପାରୁ ପ୍ରଭୁ ଆରୋଗ୍ୟ ହୋଇ ସଦା ସେ ରହି ଥାଉ।