ମା
ମା
ମାଆ...
ଆଖିର ଆଖିଏ..
ଆଶା ଓ ସ୍ବପ୍ନ ଗଣ୍ଠିଲି କରି
ବଢ଼େଇ ଚାଲିଛୁ ତାକୁ... ତୋ ସନ୍ତାନକୁ
ତା'ର ସାମାନ୍ୟ ହସପାଇଁ ବନ୍ଧକ
ତୋ'..ର ସମସ୍ତ ଖୁସି..
ଅପ୍ରକୃତିକ ହସ ଆଢୁଆଳରେ
ଲୁକ୍କାୟିତ ସମସ୍ତ ଦୁଃଖ ଆଉ ଯାତନା
ଦେଇଚାଲିଛୁ... ମାଗିନୁ କେବେ
ହସିବା ଶିଖେଇଛୁ... ଖୋଲି ହସିନୁ କେବେ
ସନ୍ତାନର ଅପାରଗତାକୁ ଧିକ୍କାରିନୁ
ବରଂ... ଧର୍ଯ୍ୟ ଯୋଗେଇ ଚାଲିଛୁ
ତୋର ଏ ଉଷୁମ ଲୁହ କେଇବୁନ୍ଦା
ବଢିଲା ପୁଅର ପଦାଘାତ ଯୋଗୁଁ ନୁହଁ
ତା' ପାଦରେ ଲାଗିଥିବା ଆଞ୍ଚର ଗ୍ଲାନିରେ
ସେ... ତୋର ଲୁହ ନପୋଛୁ
ପୋଛିଦେଇଛୁ ଘର୍ମାକ୍ତ ଝାଳକୁ ତା'ର
ଆଉଁସି ଦେଇଛୁ..... ପାଦକୁ
ତୋ ଅଶାର ଫଳନ୍ତିଗଛ
ଝାଉଁଳନ୍ତିନି କେବେ
କାହିଁକିନା ତୁ ପରା.... ମାଆ ।।