STORYMIRROR

Sarojini Mishra

Classics

4  

Sarojini Mishra

Classics

ମା' ସିଦ୍ଧିଦାତ୍ରୀ

ମା' ସିଦ୍ଧିଦାତ୍ରୀ

1 min
11



ପାର୍ବଣ ଋତୁରେ ପ୍ରୀତି ପରଶୁ ମା'

ନବଦୁର୍ଗା ରୂପ ଧରି

ନବରାତ୍ରୀର ଯେ ଅନ୍ତିମ ପର୍ଯ୍ୟାୟେ

ନାମ ତୋର ସିଦ୍ଧିଦାତ୍ରୀ ।

ନବ ଦିନେ ମାଗୋ ନବ ରୂପ କାନ୍ତି

ଦେଉ ଥାଉ ନବ ବାର୍ତ୍ତା

ସିଦ୍ଧିଦାତ୍ରୀ ମାଗୋ ତୁ ଯେ ମହାମାୟୀ

ପୀଠେ ପୀଠେ ଯେ ପୂଜିତା ।

ଜଗତ ଜନନୀ ସିଦ୍ଧି ପ୍ରଦାୟିନୀ

ପଦ୍ମାସନେ ସୁଶୋଭିତା

ଦିବ୍ୟ ରୂପକାନ୍ତି ତୋର ଜଗଦ୍ଧାତ୍ରୀ

ତୁ ଅଟୁ ଶାନ୍ତି କବିତା |

ଅଙ୍ଗେ ସୁଶୋଭିତ ନାଲିରଙ୍ଗବସ୍ତ୍ର

ନାନାଳଙ୍କାରେ ଶୋଭିତ

ମସ୍ତକେ କିରୀଟ ପୟରେ ନୂପୁର

ଅପୂର୍ବ ତୋ ରୂପ ମାତ ।

ଗଳାରେ ସୁଦୀର୍ଘ ହାର ଲମ୍ବିଅଛି

ଶୁଭ୍ର ପୁଷ୍ପେ ଯେ ସଜ୍ଜିତ

ଅପୂର୍ବ କାନ୍ତିରେ ମୁଖ ମଣ୍ଡଳ ମା'

ହେଉଅଛି ଉଜ୍ଜଳିତ ।

ଚତୁର୍ଭୁଜା ମାଲୋ ଶଙ୍ଖ, ଚକ୍ର, ଗଦା

କମଳ ହସ୍ତେ ଶୋଭିତ

ସୌମ୍ୟ କାନ୍ତି ତୋର ମୁଖମଣ୍ଡଳ ମା'

କଜ୍ଜ୍ୱଳେ ପୁରିତ ନେତ୍ର

ଅଷ୍ଟ ସିଦ୍ଧି ଦାତ୍ରୀ ମାଗୋ ଜଗଦ୍ଧାତ୍ରୀ

ବିଦ୍ୟା, ବୁଦ୍ଧି, ଜ୍ଞାନ ଦେଉ

ଦୁଃଖ ଦାରିଦ୍ର୍ୟକୁ ବିନାଶି ମାତା ଲୋ

ଅଭୟ ଯେ ଦେଇ ଥାଉ ।

ଶାନ୍ତି ପ୍ରଦାୟିନୀ ମଙ୍ଗଳ କାରିଣୀ

ଜଗତ କଲ୍ୟାଣୀ ମାତା

ଶିବ ପ୍ରାଣପ୍ରିୟା ଶିବାନୀ ଭବାନୀ

ତୁ ଅଟୁ ଅତି ପବିତ୍ରା ।

ଆଦିଶକ୍ତି ଆଦିମାତା ଗୋ ଜନତା

ସୁଖ ବୈଭବ ର ଦାତ୍ରୀ

ଜଗତ ନିର୍ମାଣ ତୋ ହାତରେ ମାତା

ତୁ ଅଟୁ ମା' ବିଶ୍ଵକର୍ତ୍ତୀ ।

ଅଷ୍ଟସିଦ୍ଧି ଦାତ୍ରୀ ଓହ୍ଲାଇ ଆ ମାଆ

ଧରାରୁ ଅନ୍ୟାୟ ଯାଉ

ସିଦ୍ଧି ପ୍ରଦାୟିନୀ ଅଷ୍ଟସିଦ୍ଧି ଦାନେ

ଏ ଧରା ସୁନ୍ଦର ହେଉ।

ଓହ୍ଲାଇ ଆ ମା' ଅପୂର୍ବ ଠାଣିରେ

ସଭିଙ୍କୁ ମୋହିତ କର

ସିଦ୍ଧି ଦାୟିନୀ ଲୋ ତୋହରି ସ୍ପର୍ଶରେ

ଆସୁରିକ ଶକ୍ତି ହର ।

ତୋ ହାତ ପରଶ ଦେଇ ଦେ ମାଆ ଲୋ

ସନ୍ତାପ ହରଣ ହେଉ

ପାପ ଅପସରି ପୁଣ୍ୟ ମନ୍ଦାକିନୀ

ଏ ଧରାରେ ବହିଯାଉ ।



Rate this content
Log in

Similar oriya poem from Classics