Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Panda

Inspirational Others

4.0  

Pranati Panda

Inspirational Others

ମା କାମାକ୍ଷା ଦେବୀ

ମା କାମାକ୍ଷା ଦେବୀ

1 min
148



ସାଧନା ମୁଁ ଯେ, କରିନାହିଁ ,ସାଧନା ପୀଠେ ଗଲି ଧାଇଁ ।

କାମାକ୍ଷା ଦେବୀ ଛ'ନ୍ତି ଯହିଁ ,ମାତା କୃପାରୁ ଗଲି ତହିଁ ।


ବିରାଜିଛନ୍ତି ବିଶ୍ଵମାତା ,ଦେଖି ହେଲି ମୁଁ, ଅଭିଭୂତା।

ଶକ୍ତିପୀଠ ସର୍ବେ ପୂଜିତା, ସର୍ବ ଶକ୍ତି ମା'ଗୋ ମଣ୍ଡିତା।


ସତୀ ଶକ୍ତି ଯୋନି ସ୍ୱରୂପେ, ପୂଜା ପାଉ ମା ,ଗୁପ୍ତ ରୂପେ ,

ସର୍ବେଶୀ ସଦା ସେହି ଭାବେ , ପୂଜନ୍ତି ସର୍ବେ ଶକ୍ତି ଆଗେ ।


ସଦା ସର୍ବବିଧ ଭୟରୁ, ମାଆ କାମାକ୍ଷା ତୁ ଉଦ୍ଧାରୁ ,

ମହାମାୟାଙ୍କର ମାୟାକୁ, କୋଟି ଦଣ୍ଡବତ ତାହାକୁ।


ସଭିଙ୍କ ଭାବକୁ ପରଖି , ଯାଚିଦେଉ ମା' ମନରଖି,

ଆଶ୍ଚର୍ଯ୍ୟ ଚକିତ ମୁଁ ଦେଖି, ସତେ କି ପାରିବି ମୁଁ ଲେଖି।


ତୁ,ପରା ଭକ୍ତଙ୍କ ଜନନୀ, କାମନା ପୂରଣ କାରିଣୀ ,

ଦର୍ଶନ ମାତ୍ରକେ ଜନନୀ, ସଙ୍କଟ ହରୁ ମା' ଭବାନୀ।


ଅନ୍ତର୍ଯ୍ୟାମିନୀ ମା କାମାକ୍ଷା , ତୋ ପାଦ ତଳେ ମାଗେ ଭିକ୍ଷା,

ଆନ କେ ' କରିବ ମା' ରକ୍ଷା, ଦେବୁ ତୁ ,ଅଭୟ ସୁରକ୍ଷା ।


ଶୟନେ, ସପନେ ଜାଗ୍ରତେ , ସଦା ହୃଦୟେ ଥିବୁ ମାତେ ,

ଦିବା କି ଯାମିନୀରଯାମିନୀର ଅନ୍ତେ, କରିବୁ କରୁଣା କିଞ୍ଚିତେ ।


ସ୍ମରି ତୋର ସେ, ମାତୃମୂର୍ତ୍ତି, ଗାଇ ତୋହର ଯଶକିର୍ତ୍ତୀ,

ଧ୍ୟାଈ ତୋ ଶ୍ରୀଚରଣେ ମତି , ମୋକ୍ଷ ମାଗେ ମା' ଏ, ପ୍ରଣତି।

    


Rate this content
Log in

Similar oriya poem from Inspirational