Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

shaikh mozahid mahatab

Others

3  

shaikh mozahid mahatab

Others

ଲୋହିତ ଗୋଧୂଳି

ଲୋହିତ ଗୋଧୂଳି

1 min
117



ସ୍ମୃତି ତୁମେ ଗୋଧୂଳି ବେଳାରେ

ଅସରନ୍ତି ଉଷା ଆଶା,

ସ୍ମୃତି ତୁମେ କ୍ଷୁଦ୍ର ଜଳଧାରେ

ବନ୍ୟାକାଂକ୍ଷା ପରିଭାଷା |


ସ୍ମୃତି ତୁମେ ଅମାବାସ୍ୟା ନଭେ

ପ୍ରେମେ ପ୍ରତାରିତା ଶଶି,

ସ୍ମୃତି ତୁମେ ପଡିଶାବାଡିର

ଅପହଞ୍ଚ ଆମ୍ରକଷି |


ଏ ସନ୍ଧ୍ୟାର ଶୂନ୍ୟତା

ଏଠି ଯେମିତି ଖେଳେ ନୀରବତା,

ନିଃଶବ୍ଦ ସମୟେ ତୁମେ ଆସୁଛ

ଲାଗୁଛି କହିବ ଅକୁହା କଥା।


ଧୂଳିଖେଳ ପାଇଁ,ଧୂଳିମୁଠେ ନାଇଁ,

ଗୋଧୂଳି ବି ରଙ୍ଗହୀନ,

ଗାଈଆଳ ଟୋକା,ବଇଁଶୀ ଶୁଭୁନି,

ଚଉକତି ଭୋଟ ଚିହ୍ନ !


ଗୋଧୂଳି ଲୁଚିଲେ ବଳକା ସୂର୍ଯ୍ୟାସ୍ତ,

ଗେଣ୍ଡାଳିଆ ଡେଣା ତଳେ,

ପ୍ରେମିକ ପ୍ରବର କବିର କବିତା,

ଛାତିତଳେ ଢେଉଖେଳେ !



Rate this content
Log in