Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Inspirational

5.0  

BISWESWAR MAJHI

Inspirational

ଲକ୍ଷ୍ୟ ପଥରେ ପ୍ରଲୋଭନ

ଲକ୍ଷ୍ୟ ପଥରେ ପ୍ରଲୋଭନ

1 min
179


ଲକ୍ଷ୍ୟ ପ୍ରାପ୍ତି ପଥ ନୁହେଁ ସଳଖ ବହୁ ଜଟିଳ

ଲକ୍ଷ୍ୟ ଥାଏ ଯଦି ଦୂରନ୍ତ ମନ କରେ ଦୁର୍ବଳ ।

ଲକ୍ଷ୍ୟ ବୃହତ୍ତମ ନହେଲେ ତାହା କାମକୁ ନୁହେଁ

ଲକ୍ଷ୍ୟ ଅପହଂଚ ହୋଇଲେ ତାହା ହାତରୁ ଯାଏ ।

ଲକ୍ଷ୍ୟ ସ୍ଥିର କରି ଯୋଜନା ସୁଚିନ୍ତିତ କରିଲେ

ଲକ୍ଷ୍ୟ ପ୍ରାପ୍ତି ହୁଏ ସୁଗମ ନିରଳସେ କରିଲେ ।

ଲକ୍ଷ୍ୟ ଲାଗିଲେ ଅପହଂଚ ତାକୁ ବିଭକ୍ତ କରି

ଲକ୍ଷ୍ୟ ଛୋଟଛୋଟ କରିଣ ତାକୁ ଏକତ୍ର କରି ।

ଲକ୍ଷ୍ୟପଥେ ପ୍ରଲୋଭନର ଅଛି ଭୂମିକା ଭାରି

ଲକ୍ଷ୍ୟ ହାସଲରେ ମିଳିବ ଏହି ଆଶାଟି କରି ।

ଲକ୍ଷ୍ୟ ଯଦି ଆଖି ଆଗରେ ଝୁଲୁଥିବା ଦିଶିବ

ଲକ୍ଷ୍ୟପଥେ କେବେ ପଥିକ ବିଚ୍ୟୁତ ନ ହୋଇବ ।

ଲକ୍ଷ୍ୟକୁ ମନରେ ଧାରଣ କରି ଲକ୍ଷ୍ୟ ପଥରେ

ଲକ୍ଷ୍ୟ ପ୍ରାପ୍ତି ପାଇଁ କର୍ତ୍ତବ୍ୟ କଲେ ମିଳେ ଅଚୀରେ ।



Rate this content
Log in

Similar oriya poem from Inspirational