STORYMIRROR

Panchanan Jena

Inspirational

4  

Panchanan Jena

Inspirational

ଲକ୍ଷ୍ମଣରେଖା ଭିତରେ ରହି

ଲକ୍ଷ୍ମଣରେଖା ଭିତରେ ରହି

1 min
8

କବିତା - ଲକ୍ଷ୍ମଣରେଖା ଭିତରେ ରହି
ରଚନା - ପଞ୍ଚାନନ ଜେନା
ତାରିଖ -୦୨-୧୦-୨୦୨୫
+++++++++++++++
 ଯିଏ ହସୁଛି ଖିଲିଖିଲି
ଲାଗୁଛି ଦୁଃଖ ସବୁକୁ କରିଛି ଗଣ୍ଠିଲି
ଯିଏ ଚାଲୁଛି ଚହଲି ଦୋହଲି
ଲାଗୁଛି ପାଦରେ ଫୋଟକା ଫାଟି ଗଲାଣି
 କଷ୍ଟ ହେଉଛି ଦଶଗୁଣା ଅସଲି

 କଥାରେ କହନ୍ତି
ସଂଘର୍ଷ ବିନା ଆଦର୍ଶ ଜୀବନ
ଜ୍ବଳନ ବିନା ଶୁଦ୍ଧ ସୁବର୍ଣ୍ଣ
 ସବୁ ଅର୍ଥହୀନ ମୂଲ୍ୟହୀନ ନକଲି

 ବଇଠା ଜଳିଲେ
 ସଳିତା ଜଳିଲେ
ତେଲ ପିଇଗଲା ପରେ ଜ୍ୟୋତି ପ୍ରକାଶ
କଷଣ ସହିଲେ
 ଝାଳ ବୋହିଲେ
ମାଟି ମଟାଳ ଉପରେ ଆସ ଶସ୍ୟ ଅମଳ ମାସ

 ଉଦାସ ମନ ଭାବନାକୁ ପଛରେ ରଖ
 ପୂରା ଜୀବନ ପଡିଛି ଅସରନ୍ତି
 ଆଖି ତରାଟି ଦେଖ ଜୀବନ ପରଖ
ଦଣ୍ଡେ ନିମିଷେ ଭେଳିକି କରନ୍ତି

 ଗାନ୍ଧୀ ବୁଢ଼ା ପରି ବାଡି ଧରି
 ଅସମ୍ଭବକୁ ସମ୍ଭବ କରିବାକୁ ସାମର୍ଥ୍ୟ ଶିଖ
ଶାସ୍ତ୍ରୀ ବୁଢ଼ା ପରି ଆତ୍ମବିଶ୍ୱାସକୁ ଆୟୁଧ କରି
ଅବାସ୍ତବକୁ ବାସ୍ତବ କରିବାକୁ ସଂକଳ୍ପ ରଖ

 ଧମନୀ ପଞ୍ଜରାରେ ଗଚ୍ଛିତ କରି ଦିଅ
ମାନସିକ ଦମ୍ଭ ଓ ସାହସ
ହସ ଆଉ ଖୁସିର ଫସଲ ନଷ୍ଟ ହେବା ପୂର୍ବରୁ
ଶେଷ ଶ୍ରାବଣର ବନ୍ୟା ଦୁର୍ବିପାକରେ ଭ୍ରଷ୍ଟ ହେବା ପୂର୍ବରୁ
 ହସି ହସି ମୁକାବିଲା କର
ଖୁସି ଖୁସି ଅନ୍ୟ ଉପାୟ ତଲାସ କର
କାରଣ ସମସ୍ତେ ଯେଝା କାର୍ଯ୍ୟରେ ବ୍ୟସ୍ତ
 କର୍ମ ମୁଖର
 କାର୍ଯ୍ୟ ତତ୍ପର ଏ ସାରା ସଂସାର
ସ୍ଵାର୍ଥ ସର୍ବସ୍ଵ ଏ ମାୟା ଜହର
ନିୟମ କାହିଁକି ହେବ ଭଲ୍ଲଙ୍ଘନ
ମତ ପାର୍ଥକ୍ୟ କାହିଁ ହେବ ଘନଘନ
ଲକ୍ଷ୍ମଣରେଖା ଭିତରେ ରହି ବି କରି ହେବ ଶତ୍ରୁ ଦମନ
 ଆରମ୍ଭ କରିହେବ ଅରୀ ବିନାଶୀ ଅଭିଯାନ


Rate this content
Log in

Similar oriya poem from Inspirational