Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DR. Sushree sangita Swain

Inspirational

3  

DR. Sushree sangita Swain

Inspirational

ଲକ୍ଷ୍ମଣ ରେଖା

ଲକ୍ଷ୍ମଣ ରେଖା

1 min
11.4K


ମୁଁ ଦ୍ରୌପଦୀ ନୁହଁ

ପଞ୍ଚସ୍ୱାମୀଙ୍କ ଅସହାୟତାକୁ କ୍ଷମା କରିବି,

ମୁଁ ସୀତା ନୁହଁ

ରାମଚନ୍ଦ୍ରଙ୍କ ସତ୍ୟ ରକ୍ଷାର ଶୂଳିରେ ଚଢ଼ିବି,

ମୁଁ ମନ୍ଦୋଦରୀ ନୁହଁ

ରାବଣର ଅନ୍ୟାୟକୁ ମଥାପାତି ସହିବି ।

ମୁଁ ତୁଣ୍ଡ ଖୋଲିବି

ଆଉ ରକ୍ଷଣଶୀଳତାର ପ୍ରାଚୀର ଲଙ୍ଘନ କରି

ମୋ ନିଜର ସଂଜ୍ଞା ମୁଁ ନିରୂପଣ କରିବି

ନାରୀ ଅବଳା ଦୁର୍ବଳାର ଲକ୍ଷ୍ମଣ ରେଖା ଡ଼େଇଁବି ॥



Rate this content
Log in

Similar oriya poem from Inspirational