STORYMIRROR

Pratima Satpathy

Classics

4  

Pratima Satpathy

Classics

ଲକ୍ଷେ ଶାଳଗ୍ରାମ ରତନ ବେଦୀ

ଲକ୍ଷେ ଶାଳଗ୍ରାମ ରତନ ବେଦୀ

1 min
30



ଜଗତର ନାଥ ପ୍ରଭୁ ଜଗନ୍ନାଥ

   ବିଜେ ରତନ ବେଦୀରେ 

ଶତଦଳ ପଦ୍ମ ଉପରେ ସେ ବେଦୀ 

    ନିର୍ମାଣ ଯେ ଶ୍ରୀମନ୍ଦିରେ 

ଲକ୍ଷେ ଶାଳଗ୍ରାମ ଶିଳା ସେହିଠାରେ

    ହୋଇଛନ୍ତି ଅବସ୍ଥିତ

ସ୍ଵଂୟ ଦାରୁବ୍ରହ୍ମ ବିଜେ ତା ଉପରେ

    ଶଙ୍ଖ, ଚକ୍ର, ଗଦା, ହସ୍ତ ।

ବାମରେ ସୁନାରେ ନିର୍ମିତ ଶ୍ରୀଦେବୀ 

     ଦକ୍ଷିଣେ ରୂପା ଭୂଦେବୀ 

ପାର୍ଶ୍ଵରେ ଯେ ସୁଦର୍ଶନ ଶୋଭା ପାଏ 

    ମଦନ ମୋହନ ମୂର୍ତ୍ତି ।

କଳା ମୁଗୁନି ପ୍ରସ୍ତରରେ ସିଂହାସନ

     ଦିଶୁଥାଏ ଝଟ ଝଟ 

ଲମ୍ବ ଷୋଳ ଫୁଟ, ପ୍ରସ୍ଥ ତେର ଫୁଟ

    ଉଚ୍ଚତା ଯେ ଚାରି ଫୁଟ ।

ସୁନ୍ଦର କାରୁ କାର୍ଯ୍ୟରେ ସିଂ

ହାସନ 

   ହୋଇଣ ଅଛି ନିର୍ମିତ

ଲୀଳାମୟ ହରି ଅନନ୍ତ ଲୀଳାରେ

   ପାଳନ୍ତି ଜନ ଜଗତ ।

ସବୁ ରତ୍ନ ସେହି ସିଂହାସନ ତଳେ

   ରହିଛନ୍ତି ଭର ପୁର

ଭାଇ ଭଉଣୀ ଙ୍କୁ ନେଇ ଜଗନ୍ନାଥ

   ବିଜେ ତାହାର ଉପର ।

ହାତେ ଧରି ଚକ୍ର, କାଟି ଦୁଃଖ ନକ୍ର 

    ସଂସାର ରକ୍ଷା କରନ୍ତି

ରତ୍ନ ସିଂହାସନ, ରତନ ବେଦୀ ଯେ

    ପୁଣି ରତ୍ନ ଭଣ୍ଡାର ଟି ।

ଯିଏ ମହାରତ୍ନ, ସମଗ୍ର ବିଶ୍ୱର

   ତାର ରତ୍ନ ସିଂହାସନ

ଚାରିପଟେ ଥରେ ବୁଲି ଆସିଲେ ଯେ

   ଛାଡ଼ଇ ପାତକ ମାନ ।

ବିଚିତ୍ରମୟଙ୍କ ବିଚିତ୍ର ଲୀଳା କୁ

   ବୁଝିବାକୁ ନାହିଁ ଶକ୍ତି

ରତ୍ନ ସିଂହାସନ ରତନ ବେଦୀ ଟି 

   ଦେଖିଲେ ମିଳଇ ତୃପ୍ତି ।


Rate this content
Log in

Similar oriya poem from Classics