Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Eli Mohanty

Romance

2  

Eli Mohanty

Romance

ଲିଚି ; ଗୋଟିଏ ପ୍ରେମର ନାଁ

ଲିଚି ; ଗୋଟିଏ ପ୍ରେମର ନାଁ

1 min
6.9K


ଆସ ଆଜି ସତ କରିଦେଵା

ଲୋକଙ୍କ ସନ୍ଦେହକୁ !

ଆଜି ପାଇଁ ବନ୍ଦ ରଖିବା ଯୁଦ୍ଧ

ତୁମେ ପାଦ ଚିପି ଚିପି

ଘେରାଏ ବୁଲିଆସ ମୋ ଓଠ ତଳ କଳାଜାଈରେ

ଯୋଉଠି ଦିନେ ପୋତିଥିଲ

ଅନ୍ଧାର ଓ ମୃଗତୃଷ୍ଣା ଏକାଠି

ମୁଁ ମୋ ଆଖି ଡୋଳାକୁ

ମୁକ୍ତ କରୁଛି ଆଲୁଅର ଲାଜ ଲାଜ ରଂଗରୁ

ଅସଂଖ୍ୟ ସନ୍ଦେହୀ ପାଦ ଶବ୍ଦରେ

ତିଆରି ହେଇ ସାରିଲାଣି

ପୃଥିବୀର ମୁଖା...

ଏବେ

ଗୋଟିଏ ପ୍ରାର୍ଥନା ଉପରେ

ଆମେ ଥାପି ଦେବା ଆମ ଦେହ

ଲିଚି ପାଦର ହଳେ ପାଉଁଜି ପାଇଁ

ଆସ ଆଜି ଥରକ ପାଇଁ ହେଲେବି

ଲକ୍ଷେ ଚାହାଣିର ସାମିଆନା ତଳେ

ଟିକେ ଅବାଧ୍ୟ ହେବା

ଆସ ଆମେ ମୁକ୍ତ ହେବା !!


Rate this content
Log in

Similar oriya poem from Romance