Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Smitarani Barik

Inspirational

4  

Smitarani Barik

Inspirational

ଲହୁର ବାଖ୍ଯା ଲୁହ ସମୀକ୍ଷା

ଲହୁର ବାଖ୍ଯା ଲୁହ ସମୀକ୍ଷା

1 min
253


ବାସ୍ତବ ଜୀବନ ସତ୍ୟର ସନ୍ଧାନ

ଖାତା କଲମରେ ଭରିଛି ଶିକ୍ଷା,

ଲହୁ-ଲୁହ ସମ୍ପର୍କ ଅଛିଣ୍ଡା ଅଙ୍କ

ସମାଧାନ ସୂତ୍ର ବାଖ୍ୟା ସମୀକ୍ଷା।

    

ଲହୁଠୁଁ ଦାମିକା ଲୁହର ମୂଲ୍ୟ

ଯେ'ହେତୁ ଖରଦି ହୁଅଇ ଲହୁ,

ଖରିଦାର ନାହାନ୍ତି ଲୁହ କିଣିବାକୁ

ଲୁହ ମୂଲଚାଲ ସମ୍ପର୍କେ ଦାଉ ।


ଅର୍ଥଶ୍ରାଦ୍ଧ କଲେ ମିଳିଥାଏ ଭଲେ

ସୁରକ୍ଷିତ ଲହୁ 'ରକ୍ତ ଭଣ୍ଡାରେ',

ଆନନ୍ଦରେ ଶସ୍ତା ଦୁଃଖରେ ମହଙ୍ଗା

ଲୁହର ପ୍ଲାବନ ପ୍ରତାରଣା ଦାଣ୍ଡରେ ।


ଲହୁ ରଙ୍ଗ ନାଲି ଲୁହତ' ଧୋବଲି

ଲହୁ-ଲୁହ ରଙ୍ଗେ ପ୍ରଭେଦ ଅଛି,

ସ୍ୱାଦରେ ତଫାତ ମିଠା ଲବଣାକ୍ତ

ସ୍ୱାଭାବେ ଫରକ ସ୍ରଷ୍ଟା ଭରିଛି ।

  

ଛଳ କପଟରେ ସ୍ୱାର୍ଥ ସମ୍ପର୍କରେ

ରକତବି' ସାଜେ ଶତ୍ରୁ ସମ୍ବଳ,

ସୃଗ୍ରୀବ ବିଭିଷଣ ସକୁନୀ ଦୁର୍ଯ୍ୟୋଧନ

ପୁରାଣେ ପ୍ରମାଣ କୂଟ କୌଶଳ ।


ମିଛ ଅହମୀକା ଜୟଚନ୍ଦ୍ର ଭିକ୍ଷା

ମହମ୍ମଦ ଘୋରି କୁଚକ୍ରି ଅଭିଳାସା

ଇତିହାସ କୁହେ ଲହୁଯେ' ବୁହାଏ

ଲୋତକେ ସନ୍ତପ୍ତ ଘୃଣ୍ୟ ଅଭିପ୍ସା ।


ହେଇପାରେ ଲହୁ ଅଧିକା ଭାଉ

ଲୁହ ସୁଖ-ଦୁଃଖ ଭାବରେ ଛନ୍ଦା,

ଝରି ଝରୁଥିବ କାନ୍ଦି କହୁଥିବ

ପ୍ରତାରଣା ପଣେ ନୁହେଁ ସେ'ବନ୍ଧା ।

   

ଲହୁ ଯଦି ଦାନ ଆୟୁଷେ ଜୀବନ

ଲୁହ ଶିକ୍ଷା ଦିଏ ଆତ୍ମ ସ୍ୱାଭିମାନ,

ଦୁହିଁଙ୍କୁ କରିଲେ ମର୍ମେ ବିଶ୍ଳେଷଣ

କଷ୍ଟସାଧ୍ୟ କହିବା କିଏସେ' ନ୍ୟୁନ ।


କୋକିଳର ସ୍ୱନ ପ୍ରେମ ଭାବାପନ୍ନ 

କାଉ ରାଉରାଉ କର୍ତ୍ତବ୍ୟ ନିଷ୍ଠା,

ମିଠାପଣ ନିଶ୍ଚେ ପାଟିକୁ ସୁଆଦ

କରଞ୍ଜ କଲରା ଦେହକୁ ହିତା ।


ମାର୍ମିକ ଦର୍ଶନେ ବିଚାର ବିବେକ

ଜିଜ୍ଞାସୁ ଜିଜ୍ଞାସା ଆତ୍ମା ପରିଚାୟକ,

'ଲହୁ'ହେଉ ମୋହ ଅବା 'ଲୁହ' କୋହ

ବିତର୍କେ ଘନିଷ୍ଠ ଗୁପ୍ତ ସମ୍ପର୍କ ।


Rate this content
Log in

Similar oriya poem from Inspirational