ଲଗାଅନି ମଣିଷ ଗଛ
ଲଗାଅନି ମଣିଷ ଗଛ
ଗଛଟିଏ ଲଗାଇଦିଅ ବାଡିରେ
ତା ମୂଳେ ଖତ ସାର ପାଣି ଦେଇ
ଯତ୍ନେ ବଢାଅ ଛୋଟରୁ କରି ବଡ
ବେଇମାନ ହେବନି ସେ କେବେ
ଫେରାଇଦେବ ସୁଧମୂଳ ସହ
ତୁମ ପରିଶ୍ରମର ଫଳ ।
ଦେଇ ଜାଣିଛି ସେ ନେଇ ଜାଣିନି
ଦେବାରେ ତାର ଅତି ଆନନ୍ଦ
ମୁଣ୍ଡ ନଇଁ ହସିହସି କୃତଘ୍ନତାରେ
ବିନା ସ୍ଵାର୍ଥେ ଅଜାଡି ଦିଏ
ଯନ୍ତ୍ରଣା ହେଲେ ବି ତାକୁ
ନିରବେ ସହିଯାଏ ସକଳ ।
ଗଛ ପରି ହେବନି କେଵେ ଏ ମଣିଷ
ଭଲ ମାଟି ସାର ପାଣି ପାଇ
ବଢିଯିବ ସିନା ହୃଷ୍ଟପୃଷ୍ଟ ହୋଇ
ଦେହର ଗୋଟେ ଫଳ ଫୁଲ ପତ୍ରର ଅଂଶ
କାହାରିକୁ ଦେବାକୁ ଭାରି ସେ କୁଣ୍ଠିତ
ଦେବନି ନଇଁବାକୁ କାହାପାଶେ ତାର ଲଲାଟ ।
ବିଶ୍ଵାସରେ ବିଷ ମିଶାଏ
ରାଗ ହିଂସା ଛନ୍ଦ କପଟର ନିଆଁ ଜାଳି
ନିଜ ସ୍ଵାର୍ଥ ପାଇଁ ପ୍ରତିଶୋଧ ନେଇ ଜାଣେ
ଏକା ଏକା ବଞ୍ଚିବାର ନ୍ୟାୟରେ
ନିଜେ ନିଜକୁ ଝୁଣି ଖାଉଥାଏ
ଭୋକ ବିକଳେ ସପ୍ତଫେଣୀ ଖାଏ ଯେମିତି ଝଟ ।
ଲଗାଅନି କେବେ ମଣିଷ ଗଛ
ପ୍ରତାରଣା ବିଶ୍ଵାସଘାତକ ମାଟିରେ
ଯେତେ ଗଙ୍ଗା ଜଳ ଢାଳିଲେ
କଣ ହେବ ଗଛ ସିନା ଦ୍ରୁମ ପାଲଟିବ
ତୁମ ସ୍ଵପ୍ନ ସବୁ ପତ୍ରଝଡା ଦେବେ ଅକାଳେ
ଆସିବନି କେବେ କାହାର କିଛି କାମରେ ।
କଥା ସିନା ପାରେନି କହି ସେ
କାମରେ ଦେଖାଏ ଅନେକ
ତ୍ୟାଗ ନିସ୍ଵାର୍ଥପରର ବୀଜରୁ ଜାତ
ମରିଯିବ ପଛେ ଧୋକା ସେ ଦେବନି
ବଳି ଦେଇ ତାର ପ୍ରତିଟି ଅଙ୍ଗ
ସଦା ନିଖୁଣ ସେ ତାର ମହାନତା ଗୁଣରେ ।