Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PRABHAS KUMAR MOHAPATRA

Comedy

4.5  

PRABHAS KUMAR MOHAPATRA

Comedy

ଲେମ୍ବୁୁ ଗୋଟେ ଦିଅରେ !

ଲେମ୍ବୁୁ ଗୋଟେ ଦିଅରେ !

1 min
323


ବଢ଼ି ଥିଲା ଆଳୁ ପିଆଜ ଭାଉଜ

ଖାଇବା ସୋରିଷ ତେଲ l

ବାଇଗଣ କୋବି ବିଲାତି ଆଳୁବି

ବଢିଥିଲା ତାର ମୂଲ ll


ଲେମ୍ବୁ କଞ୍ଚାଲଙ୍କା ଥିଲା ତ ସୁଲଭ

ଟଙ୍କାରେ ଚାରିଟି ଲେମ୍ବୁ l

ଲେମ୍ବୁ ଦର ଆଜି ଆକାଶ ଛୁଆଁ ଯେ

ଦଶ ଟଙ୍କା ଗୋଟେ ଲେମ୍ବୁ ll


ଦଶଟଙ୍କା ଦେଇ ଆଣିଲି ଗୋଟେ ଯେ

କାଟିଲି ପନିକି ଧରି l

ଯେତେ ଚିପିଲେ ବି ଟୋପେ ପାଣି ନାହିଁ

କାଟି ସାରିଲିଣି ଚାରି ll


କି ଯୁଗ ଆସିଲା ଲେମ୍ବୁ ଶୁଖିଗଲା

ନାହିଁ ବି ଟିକିଏ ରସ l

ଚାଷୀର ଦୋଷ ନା ସରକାର ଦୋଷ

କିଏ ଶୁଖେଇଲା ରସ ll



Rate this content
Log in

Similar oriya poem from Comedy