Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DAMBURUDHARA BEHERA

Romance

3  

DAMBURUDHARA BEHERA

Romance

ଲେଖୁ ଲେଖୁ ଲେଖି ଦେଲି

ଲେଖୁ ଲେଖୁ ଲେଖି ଦେଲି

1 min
185



ପ୍ରେମ କରୁ କରୁ  ତୁମ ବାଟେ ପ୍ରିୟେ

       ହାରି ମୁଁ ଯାଇନି ଆଜି

କରିବ ନି ପର   କରିବ ନିଜର 

       ନ କହିବ କେବେ ପର ।୧।

ଭଲ ମୁଁ ପାଇଛି   ଭୁଲି ମୁଁ ଯାଇନି

       ତୁମ ପ୍ରେମ,ସ୍ନେହ,ଶ୍ରଦ୍ଧା 

କି ପାଇଁ ଭାବୁଛ   କରୁଛି ମୁଁ ତୋତେ

     ଅନ୍ୟ ଆଗେ ଲୋକହସା।୨।

କେବେ ବି ଏମିତି  ଭାବ ନାହିଁ ମୋତେ

      ନୁହେଁ ମୁଁ ତୁମର କେହି ?

ତୁମ ଓଠେ ହସ  ଦେଖିଲେ, ହୃଦୟେ

       ଉଠେ ଯେ ହସ ଲହରୀ ।୩।

ସାଗର କେବେ କି   କହେ କାହା ଆଗେ ?

        ଶାମୁକା ନୁହଁଇ ତା' ର

ଜହ୍ନ କହେ କେବେ  ଆକାଶରେ ଥାଇ

     ନୁହେଁ କି ମୁଁ ପୂର୍ଣ୍ଣମୀର ? ।୪।

କେବେ ଦେଖିଛ କି  ବିନା ବାଦଳରେ

       ହୁଏ କି ମେଘ ମହ୍ଲାର

ଦେଖିଛ କି କାହିଁ   ଘଡ୍ ଘଡି ଆଗୁ

        ବିଜୁଳି ଚମକିବାର ।୫।

ମୁଁ ପରା ତୁମର  ସ୍ନେହ, ସୁଧା ବୋଳା

      ତୁମ ହୃଦୟର ଦେବତା

କେମିତି ଭୁଲିବି   ତୁମକୁ ଗୋ ପ୍ରିୟେ

      ତୁମେ ନିଜେ କୁହ ମୋତେ ।୬।

ଲେଖୁ ଲେଖୁ ଲେଖି -  ଦେଲି ବୋଲି ମୋତେ

        ଭାବନି କେହି ଯେ କବି 

ଭଲ ପାଇବାକୁ   ଭୁଲି ନ ପାରି ମୁଁ

        ଲେଖୁ ଲେଖୁ ଲେଖି ଦେଲି ।୭।



Rate this content
Log in

Similar oriya poem from Romance