Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Basanti Pattnaik

Others

4  

Basanti Pattnaik

Others

ଲେଖା ଓ ଲେଖନୀ

ଲେଖା ଓ ଲେଖନୀ

1 min
262


   ଲେଖକ ର ଲେଖନୀ ଚାଳନା

       ଅଟ‌ଇ ତ ଶ୍ବାସକ୍ରିୟା

   ଶବ୍ଦ କୁ ସଜେଇ ଦେଇ

        ଭାବ କରେ ଦିଆନିଆ

   

    ଶବ୍ଦ କୁ ସୁନ୍ଦର ସଜାଇ ଦେଇ

        ରସ ଉପମା କୁ ଲେପନ ଥାପି

    ମନର ଭାବକୁ ପ୍ରକାଶ କରି

        ଲେଖକ ବାଢ‌ଇ ଯତନ କରି


     ଲେଖନୀ ଅଟ‌ଇ ଅତଳ ଗର୍ଭ

         ରସ ର ରଙ୍ଗ ଭରିଛି ପରା

     ଯେତିକି ବୁଡିବ ସେତିକି ପାଇବ

         ଅପୂର୍ବ ମାଦକ ରହିଛି ସାରା


    ଲେଖିକା ବୋଲି ସୂଚେଇ ମୁହିଁ

         ମନ ର ଭାବକୁ ସଜେଇ ଥୋଇ

    ଶବ୍ଦ ଉପମା ତାଳ କୁ ନେଇ

          କବିତା ଲେଖୁଛି ଭାବ ରେ  ତହିଁ

 

     ଜୀବନ ଅଟଇ ବୁଢିଆଣୀ ଜାଲ

        ଲେଖକ ସେଥିରେ ଗୁଡେଇ ହୋଇ

      ଅଡ଼ୁଆ ସୂତା କୁ ସଳଖି କରି

          ଲେଖନୀ ଲେଖେ ସେ ସଜାଗ ହୋଇ


     ଲେଖା ଲେଖନୀ ଶ୍ରୀ ରାଧା ପରି

         ଜଣଙ୍କ ବିନା ଜଣେ ଅଧୁରୀ

     ଲେଖନୀ ସୃଷ୍ଟି ରେ ଶକ୍ତି ରହିଥାଏ

        ଶାନ୍ତି ପାଉଥାଏ ଲେଖକ ସାରି।

          

    ‌‌


Rate this content
Log in