ଲଭ୍ ୟୁ ସୁହାନି
ଲଭ୍ ୟୁ ସୁହାନି


ତୋ ରୂପ ରୂପସୀ ଜହ୍ନର ରୂପ ପସରା
ତୋ କଥା କୋଇଲିର କୁହୁ କୁହୁ ଇସାରା ।
ତୁ ଗାଇଦେଲେ.. ମଧୁ ର ମଦିରା
ତୁ ଛୁଇଁଦେଲେ.. ପ୍ରଣୟର ଧାରା...
ତତେ ଦେଖିଦେଲେ ଆଖି ଜମା ଫେରି ଆସେନି
ଲଭ୍ ୟୁ ଲଭ୍ ୟୁ ସୁହାନି...
ମୁଁ ଦିୱାନା ତୁ ମୋ ଦିୱାନୀ ।1।
ତୋ ହସ ମିଠା ମହୁ ରୂପ ତୋ ହଂସିନୀ
ତୋ ଚାଲି ରାଜହଂସୀ ପାଦ ତୋ ପଦ୍ମିନୀ..
ଓଠ ତୋ'ର... ମଧୁଶାଳା
ମନ ତୋ'ର... ପ୍ରେମ ବୋଳା
ତତେ ଲେଖିଦେଲେ କବିତା ମାେ ଶେଷହୁଏନି
ଲଭ୍ ୟୁ ଲଭ୍ ୟୁ ସୁହାନି...
ମୁଁ ଦିୱାନା ତୁ ମୋ ଦିୱାନୀ ।2।
ତୋ' ପ୍ରେମ ସ୍ବାର୍ଥ ହୀନ ଶହେ ସ୍ବର୍ଗ ସୁଖ
ତୋ' ଆଖି ନୀଳ ସିନ୍ଧୁ ଦୂର କରେ ଦୁଃଖ ।
ତୁ ଜୀବନ....ମୋ ପୃଥିବୀ....
ତୁ ଦିବସ... ତୁ ମୋ ରଜନୀ...
ତତେ ଗାଇଦେଲେ ଗୀତ ମୋ'ର ଜମା ସରେନି
ଲଭ୍ ୟୁ ଲଭ୍ ୟୁ ସୁହାନି...
ମୁଁ ଦିୱାନା ତୁ ମୋ ଦିୱାନୀ ।3।