ଲଭ୍ ୟୁ ବାପା
ଲଭ୍ ୟୁ ବାପା
ଝିଅକୁ ପଚାରିଲି କୁହ ଶବ୍ଦଟିଏ,
ଲେଖିବା ଗୋଟେ ଭଲ କବିତା,
ଝିଅଟି କହିଲା ଲେଖି ଦେଖ,
ଶୀର୍ଷକ ଲଭ୍ ୟୁ ବାପା ।
ଭାବି ଭାବି ଥକିଗଲି ମୁଁ,
ଝିଅ ମୁଣ୍ଡକୁ କେମିତି ଜୁଟିଲା,
ଛୁଆ ସରାଗେ କହନ୍ତି କେତେ,
ଏଇ କଥାଟା କେମିତି କହିଲା ।
କହିଥାଆନ୍ତା ଯଦି ଖେଳଣା ବୋଲି,
ଅବା ଚିଡିଆଖାନା କି ଉଦ୍ୟାନ,
ବିଦ୍ୟାଳୟ କଥା, ରେଳଗାଡ଼ି କଥା,
ହଉ ଅନ୍ୟ କୋଉ କଥାମାନ ।
କିଛି କ୍ଷଣ ପାଇଁ ମୁଁ,
ଫେରିଲି ମୋ ବାଳୁତ କାଳେ,
ବାପା ମାଆଙ୍କ ସ୍ନେହ ମମତା,
ପୁଣି ଆକଟ ବେଳେ ବେଳେ ।
ନିଜେ ନଖାଇ କଷ୍ଟେ ଥାଇ,
କେମିତି କରନ୍ତି ଛୁଆ ଯତ୍ନ,
ନଭାବି ପୁଅ ଝିଅ ଅନ୍ତର,
ମଣନ୍ତି ଅମୁଲ୍ୟ ସନ୍ତାନ ରତ୍ନ ।
ମନ ହୁଏ ଆନନ୍ଦେ ଉଚ୍ଛନ୍ନ,
ଯେବେ ରୁହନ୍ତି ଖୁସିରେ ସନ୍ତାନ,
କନ୍ୟା ପୁତ୍ରର ଭେଦ ନଭାବି,
ମଣନ୍ତି ଦୁହେଁ ଅଟନ୍ତି ସମାନ ।