Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manoj Maharana

Tragedy Thriller

2  

Manoj Maharana

Tragedy Thriller

ଲାଷ୍ଟ୍ କଲ୍

ଲାଷ୍ଟ୍ କଲ୍

1 min
22



ତାକୁ ପ୍ରତିଦିନ ବୁଝେଇ ବୁଝେଇ 

ମୁଁ ଥକି ଯାଉଥିଲି,

କିନ୍ତୁ ସେ ମାନିବାକୁ ନାରାଜ.... ।

ତା'ର ଖାଲି ଗୋଟିଏ ଜିଦ୍ 

ମୋତେ ତୁମ ପ୍ରଥମ ପତ୍ନୀ ନ କଲେ ମଧ୍ୟ

ଦ୍ଵିତୀୟ ପତ୍ନୀ ରୂପେ ଗ୍ରହଣ କର... ।

ପାଗେଳିଟା.., ଏହା କ'ଣ ସମ୍ଭବ ??

ମୁଁ ବହୁବାର ବୁଝାଇବା ସତ୍ତ୍ଵେ ମଧ୍ୟ

ତା'ର କଲ୍ ଆସିବା ଆଉ ବନ୍ଦ ହେଲାନି....

ମୁଁ ରାଗି'କି ତାକୁ ଗାଳି ଦେଲି

ଆଉ ମୋବାଇଲକୁ ସାଇଲେଣ୍ଟ୍ କରି

ନିଦରେ ଶୋଇପଡ଼ିଲି... ।

ଭୋର୍ ୫ ଟାରେ ତା' ଭାଇର କଲ୍ ଆସିଲା,

ତାପସ ଭାଇ କାଲି ରାତିରେ

ଅପାର ଫୋନରୁ ତୁମକୁ ୩୧୮ ଟା କଲ୍ ଯାଇଥିଲା

ଆଉ ଲାଷ୍ଟ୍ କଲ୍ ୨ ଟା ୩୪ ରେ...

ଅପାକୁ ତୁମେ କ'ଣ କିଛି କହିଥିଲ'କି ?????

ଅପା ତୁମକୁ କ'ଣ ସବୁ କହିଥିଲା ???

ଅପା ତୁମକୁ କ'ଣ ସବୁ ମେସେଜ୍ କରିଥିଲା ???

ଏମିତି ଅନେକ ନୀରିହ "ପ୍ରଶ୍ନ ?" ....

ମୋତେ ସତସତିକା ପାଗଳ ବନେଇଦେଲା !!



Rate this content
Log in

Similar oriya poem from Tragedy