Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Classics

3  

Prafulla Chandra Mishra

Classics

ଲାଗେ ଏମିତି

ଲାଗେ ଏମିତି

1 min
204



ମୋ ଆଖିରେ ଏଇ ବିଶାଳ ସଂସାର

            ଅମୃତ ମୟ ଯେ ଦିଶେ

ଯେତେ,ନଦୀ,ତଡାଗ,ତଟିନୀ

            ପୀୟୂଷ ଧାରା ପରଶେ ।।


ମାଟି,ବାଲି ଲାଗେ ଚନ୍ଦନ ସମାନ

         ବୋଳି ହୋଇଛି ମୋ ଦେହ

ଶିଳା ଶାଳଗ୍ରାମ ସମାନ ଲାଗଇ

        ହୋଇପାରେ ମୋର ମୋହ ।।


ମୋ ଗାଆଁ ଲାଗଇ ସତେକି ବୈକୁଣ୍ଠ

            ଘର ମୋର ଦେବାଳୟ

ସେହି ଘର ମୋର ପୂର୍ବପୁରୁଷଙ୍କ

             ପଦରଜେ ପୂତ ମୟ ।।


ସଭିଏଁ ଲାଗନ୍ତି ମୋ ମାଆ ଭଉଣୀ

             ମଉଷା ମାଉସୀ କିଏ

ବାପା ବୋଉ ମୋର ଜୀବନ୍ତ ଠାକୁର

           ତହୁଁ ବଳି କେହି ନୁହେଁ ।।


ଗାଁ ଦେବାଳୟ ପୁରୀ ଶ୍ରୀମନ୍ଦିର

           ନେତ ନୀଳଚକ୍ର ନେତ

ମଳୟ ପବନ ସଦା ପ୍ରବାହିତ

             କବି ମନର ବୃତ୍ତାନ୍ତ ।।


ସବୁ ପରିବେଶ ଲାଗୁଛି ଏମିତି

          ସତେ ଅବା କୃଷ୍ଣ ମୟ

ଜୟ ଜଗନ୍ନାଥ ଜୟ ଜଗନ୍ନାଥ

           ଜୟ ଜଗନ୍ନାଥ ଜୟ ।।



Rate this content
Log in

Similar oriya poem from Classics