Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pratima Satpathy

Others

3  

Pratima Satpathy

Others

ଲାବଣ୍ୟମୟୀ ମୌସୁମୀ

ଲାବଣ୍ୟମୟୀ ମୌସୁମୀ

1 min
144


ସୁନ୍ଦର ଲାବଣ୍ୟ ତନୁ ଧରି କରି

   ଆସିଛି ଲାବଣ୍ୟମୟୀ

ବର୍ଷା ରାଣୀ କାନି ପଣତରେ ଦେବ

  ଧରଣୀକୁ ସେ ଭିଜାଇ 


ଫୁଲେଇ ମୌସୁମୀ ଝିପି ଝିପି ବର୍ଷା

   ରେ ଆସଇ ଝୁମି ଝୁମି

ଉତ୍ତପ୍ତ ଧରାକୁ ଶୀତଳ ସ୍ପର୍ଶର

   ପରଷରେ ଦେବ ଚୁମି 


ମୌସୁମୀ ପରଶେ ହସିବ ଧରଣୀ

  ସବୁଜେ ହେବ ଶୋଭିତ

ନିରସ ତରୁରେ ପ୍ରାଣ ସଞ୍ଚରିବ

  ଚାତକ ଯେ ଆନନ୍ଦିତ 


କୁସୁମ ସମ୍ଭାରେ କାନନ ଶୋଭିତ

  ନୃତ୍ୟ କରିବ ମୟୂରୀ

ସାରୁ ବୁଦା ମୂଳେ ବେଙ୍ଗୁଲି ରାଣୀର

  ଶୁଭିବ ଗୀତ ଲହରୀ 


ନାଲି ଗୁଲୁ ଗୁଲୁ ସାଧବ ବୋହୂଟି

  ମୌସୁମୀ ପରଶ ପାଇ

ନୀଳ ଗାଲିଚାରେ ପୃଥିବୀ ବକ୍ଷରେ

  ଆସନ ଦେବ ମେଲାଇ 


ରଜପର୍ବ ପରେ ଶ୍ରୀ ଗୁଣ୍ଡିଚା ଯାତ୍ରା

  ହେବ ମହାପ୍ରଭୁଙ୍କର

ମୌସୁମୀ ରେ ହଜି ବରଷାରେ ଭିଜି

  ରଥ ଉପରେ ଠାକୁର 


ଭକ୍ତ ମାନେ କରୁଥିବେ ଦରଶନ

  ଭକ୍ତିରେ ନିମଜ୍ଜି ଯିବେ

ଲାବଣ୍ୟମୟୀ ସେ ମୋସୁମୀ ଛୁଆଁରେ

  ଖରାକୁ ଯେ ଭୁଲିଯିବେ 


ଲାବଣ୍ୟମୟୀର ପରଶେ ସମସ୍ତେ

  ଆନନ୍ଦେ ହେବେ ବିଭୋର

ପୃଥିବୀ ହସିଲେ ଲୋକଙ୍କର ଦୁଃଖ

  କଷ୍ଟ ହୋଇଯିବ ଦୂର 



Rate this content
Log in