ଲାବଣ୍ୟ ପଥ
ଲାବଣ୍ୟ ପଥ
କବିତା - ଲାବଣ୍ୟ ପଥ
ରଚନା - ପଞ୍ଚାନନ ଜେନା
ତାରିଖ -୨୨-୦୯-୨୦୨୫
++++++++++++++++
ବାପାଙ୍କ କାନ୍ଧରେ ବସି
ବୁଲୁଥିଲି ଦଶହରା ମେଳା
ହସୁଥିଲି ଖିଲିଖିଲି
ଅମୃତମୟ ନିଷ୍ପାପ ବେଳା
ମନରେ ବାନ୍ଧିଦେଲି ଗଣ୍ଠି
କରିନେଲି ଟାଣ ରାଣ ପଣ
ବଡ଼ ହେଲେ ହେବି
ଅବିକଳ
ବାପାଙ୍କ ପରି
ଭାଙ୍ଗିଦେବି ତାଙ୍କର ସବୁ ଟାଣପଣ
ପୁଣି ବୟସ ଡେଇଁଲା ଦୌଡିଲା
ମାରିଲା ମାକଡ଼ଚିତ୍ ଚିଲା
ଋତୁ ବି ବଦଳୁ ଥିଲା
ବୟସରେ ଉଡନ୍ତା ଡେଣାରେ
ଘର ଅଗଣା ଆମ୍ବଗଛରେ ଦିଶିଗଲା
ଖଡିଛୁଆଁ ଆରମ୍ଭ କଲେ ବାପା
ନନା ଆଗରେ ଆଦ୍ୟ ଅକ୍ଷର
ଶୂନ ମୁଣ୍ଡଳା ବୁଲାଇ କୋଳରେ ବସେଇ
ଖଡିକୁ ମହି ଚଲେଇ
ଲେଖିଦେଲେ ପ୍ରଥମ ଓଁକାର ସ୍ୱର
କାନ ମୂଳରେ ଶୁଣେଇ ଦେଲେ
ବ୍ରହ୍ମା ବିଷ୍ଣୁ ମହେଶ୍ବର ତ୍ରିନାଥ ଈଶ୍ବର
କାଳିଆ ଘୋଡ଼ାରେ ଚଢିବି
ମଧୁବାବୁ ସଙ୍ଗେ ଲତିବି ଘୋଷି ଦେଲି
ସକାର କରିବାକୁ ଲାଗିଗଲି କୁନି ସୌଦାଗର
ପୁଣି ସରଳ ବାକ୍ୟ ହେଲା
ଜଟିଳ ଯୌଗିକ ମୌଖିକ
ଶାଳଗଜା ପରି ବଢିଲା
ନିଶ ହଳେ ନୀରବରେ ବେଧଡକ
ସ୍କୁଲ କଲେଜ ଡେଇଁ ବିଶ୍ଵବିଦ୍ୟାଳୟ
ସବୁ ଖାଲି ବଦଳୁ ଥିଲା
ଆଣୁଥିଲା ରୋମାଞ୍ଚ ପୁଟରେ ଯୌବନ ପୁଲକ
ବାପା କିଛି ଜାଣି ନାହାନ୍ତି
ମାଧବ ବିଚରା ବୋକା ଶ୍ରେଣୀୟ
ଇଂରାଜୀ ବିଜ୍ଞାନ ଇତ୍ୟାଦି
ଆସୁନି ଯମାରୁ କତିପୟ
ସଂପଟୱାର ଇଂଜିନିୟର ପ୍ୟାକେଜ ଆଗରେ
ତାଙ୍କର କେଇ ହଜାର ଟଙ୍କାର
ଦରମା
ତଳ ସ୍ଥାନୀୟ ଛୋଟ ମୋଟ ବଳୟ
ଭଙ୍ଗା ଦଦରା ସାଇକେଲ ଯାତ୍ରା ସହିତ
ମହଙ୍ଗା ଶୀତତାପ ନିୟନ୍ତ୍ରୀତ
ହୋଣ୍ଡା ସିଟି କାର୍ କି ତୁଳନୀୟ?
ଧିରେ ଧିରେ ଚଷମା ଲାଗିଲା
ରୋଗ ସବୁ ଗ୍ରାସିଲା
କଂପ୍ୟୁଟର ମୋବାଇଲ ଟ୍ୟାବଲେଟ ପଛରେ
ଧାଇଁ ଧାଇଁ
ବାଳ ସବୁ ଧଳା ହେଲା
ରୁଗଣ ସ୍ଵାସ୍ଥ୍ୟ ସେବା ପ୍ରଦାନ ସେବନ ନେଇ
ଘରେ କଳହ କଷଣ ବଢିଲା
କଳି କଜିଆ ସହିତ ଗାଳି ମାଡ଼ ବି
ସାଙ୍ଗ ସାଥି ନେଇ ଆସିଲା
ବନ୍ଧୁ ସହୋଦର ସବୁ
ପଳେଇଗଲେ ଲାଙ୍ଗୁଡ଼ ଜାକି ଦେଇ
ଜୀବନ ସାଥି ବି ଅନ୍ୟର ହାତ ଧରି ଗୁଡ଼ ବାଏ କହି
ଛାଡି ପଳେଇଲା
ଲମ୍ବା ଏଲିମନିର ଧମକ ଦେଖେଇ
ଫଳାଫଳ ଡିପ୍ରେସନ୍
ଉପସଂହାର ବିଫଳ ସୁଇସାଇଡ଼ ଗମନ
ଲକ୍ଷ୍ୟ ସାଧନରେ ହେଲା ହେଳା
କଂପାନୀ ବିନା ନୋଟିସରେ
ବରଖାସ୍ତ କରିଦେଲା
ଆକାଶ ଠାରୁ ଉଚ୍ଚା ଚଢ଼େଇ
ଡେଣା ଝାଡି ଉଡୁଥିଲା ଫୁଲେଇ
ମୁଁହ ମାଡି କଚାଡ଼ି ପଡ଼ିଲା
ଭାଙ୍ଗିଗଲା ଗର୍ବ ସୁରେଇ
ଜ୍ଞାନଦାନ୍ତର ହେଲା ଆବିର୍ଭାବ ଉନ୍ମାଦ
ତୃତୀୟ ନେତ୍ର ଫିଟିଗଲା କରି ଆର୍ତ୍ତନାଦ
ବିଫଳତାର ଗରଳ ଚରି ଯାଉଥିଲା ପୁରା
ଚିନ୍ତା ଚେତନା ଡେଉଁ ଶୂନ୍ୟମାର୍ଗେ ପ୍ରତିପାଦିତ
ବୁଝିଗଲି ବାପାଙ୍କ ତ୍ୟାଗର ମହତ୍ବ
ତାଙ୍କ ପରି ହେବା ଅସମ୍ଭବ
କାହିଁକି ହେଲା ବୋଧଗମ୍ୟ
ଦ୍ୱିତୀୟ ଈଶ୍ଵରଙ୍କ ସହିତ ସମାନ ହେବା
ସମକ୍ଷକ ହେବାର କଳ୍ପନା କରିବା ହିଁ
ମୂର୍ଖତାର ଶ୍ରେଷ୍ଠ ଜ୍ଵଳନ୍ତ ମୁର୍ଖତା ତତ୍ତ୍ଵ
ତଥାଗତ ବୁଦ୍ଧ କେବଳ ଜଣେ ଅନନ୍ୟ
ପିତାଙ୍କ ଚରଣ ରେଣୁରୁ ଜାଣିଚାଏ ମିଳିଗଲେ
ଶ୍ରେଷ୍ଠ ନିର୍ବାଣର ଆଲୋକିତ ପଥ ଲାବଣ୍ୟ
