Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manoj kumar Maharana

Romance Fantasy

3  

Manoj kumar Maharana

Romance Fantasy

କୁହୁକ ପ୍ରେୟସୀକୁ ଚିଠି

କୁହୁକ ପ୍ରେୟସୀକୁ ଚିଠି

2 mins
174


ହେ ଦ୍ୱିଜରାଜ ରାଇଜ ରାଜଜେମା

ହେ ଯାଦଃପତି ଅଧିପତି ଆତ୍ମଜା ।

ତୁମ ଉତ୍ପତ୍ତି ପୂତ ଶ୍ରେଷ୍ଠ ମାତୃଗର୍ଭୁ

ସର୍ବ ଲେଖଙ୍କ ଅପାର ଆଶୀର୍ବାଦୁ ।

ତୁମ ଗାତ୍ରେ ଅନନ୍ୟଜ

ସମର୍ପିଲେ ସର୍ବ ସୌନ୍ଦର୍ଯ୍ୟ ।

ତୁମ ଆନନ, କୌମୁଦୀ ନିର୍ଗତ କ୍ଷପାକର ସଦୃଶ୍ୟ

ତୁମ ଅଧର, ପଦ୍ମରାଗେ ସଜ୍ଜିତ ପରି ଉଜ୍ବଳିତ ।

ତୁମ ନେତ୍ରଯୁଗଳ ଦୁଇ ନିଳୋତ୍ପଳ,

ପରିତ୍ପତି ସେ,କି ତା' ଛଳଛଳ ।

ତୁମ ଓଷ୍ଠୁ ନିର୍ଗତ ଶବ୍ଦ

ରଷଭାଦି ସପ୍ତସ୍ୱରେ ସୁସଜ୍ଜିତ ।

ତୁମ ବପୁର କରନ୍ତି ବର୍ଣ୍ଣନା ତୁଳନା

କିନ୍ତୁ ଶବ୍ଦକୋଷୁ ଶବ୍ଦ ଜମା ପାଏନା

ମୁଁ କରିବି କିଆଁ ତୁମ ଅବମାନନା ।

ମୋ ବହୁବାର ନିଷ୍ପତି, ବିଚାରିତ ମତି

ଅନ୍ତରର ଚିତ୍ତ, ହୃଦ

ସଜାଇଛନ୍ତି, ଦେଇଛନ୍ତି ତୁମ ନାମ - 'ପ୍ରେୟସୀ' ।

ତୁମ ନାମ ଉଚ୍ଚାରଣେ ଥରେ କାୟ ମୋର

ମସ୍ତକ ଅଧୋଗତି, ହୃଦ ସ୍ପନ୍ଦନ ପ୍ରଖର

ଉତ୍ପଳ ନେତ୍ର ବୁଜିଦିଏ ତା' ପତ୍ର, ଥରେ ଅଧର

ହଜିଯାଏ ମନ, ଘଟାଏ ବହୁ ଅସମ୍ଭବ ଘଟଣା

ମୋ କଳେବର ।

ହେ ପ୍ରେୟସୀ,

ପରାର୍ଦ୍ଧ ପରାର୍ଦ୍ଧ ଚାହାଣୀ ମଧ୍ୟୁ

କେଉଁଠି ଦେଇ ନଥିଲା କମା

ମୋ ହୃଦ, ମନ, ଜୀବନ ଜମା ।

ଆଦ୍ୟକରି ପୂର୍ଣ୍ଣଛେଦ ଦେଲା,

ତୁମ ସୁଚାହାଣୀରେ

ମୋ ଜୀବନ କାହାଣୀ ।

ସେଇ ପୂତ ବିଦ୍ୟାମନ୍ଦିରେ

ନଭସ୍ ମାସ ଦିନ ଦ୍ୱିପହରେ

ଅଷ୍ଟମ ଆସନେ ବସିଥିଲ ତୁମେ

ସେଇ ଦିନ ତୁମ ସାଥେ

ହୋଇଥିଲା ମୋ ପ୍ରଥମ ଦେଖା ।

ତୁମେ ମୋତେ ଚାହୁଁଥିଲ କୁହୁକ, ପ୍ରୀତିଭରା

‌ନିରୀହ ଚାହାଣୀରେ

ଚାରି ଆଖିର ମିଳନେ, ଦେଲା ମୋ ଶରୀରକୁ ହାଣି

ତୁମ ମଧୁର ଚାହାଣୀ ।

ତା'ପରେ ଶୁଣିଲି ତୁମ ମଧୁର ବାଣୀ

ସେବେଠୁ ଭାବିଛି ତୁମକୁ କରିବି ମୋ ରାଣୀ ।

ତୁମକୁ ସଦା ଦେଖୁଥିଲି

ମଥା ପୋତୁଥିଲି

ସେଠୁ ଯାଉଥିଲି, ଅଳ୍ପ କିଛି ଦୂରକୁ ।

ତୁମ ପିଲାଳିଆ ଖୁସିଭରା ପେରମ

ବାଧ୍ୟକଲା ମୋତେ

ଜପିବାକୁ ତୁମ ନାମ

ଭୁଲିଯିବାକୁ କରମ

ହେବାକୁ ଶ୍ରେଷ୍ଠ, ନରମ

ପାଇବାକୁ ତୁମ ପ୍ରେମ ।

କେମିତି ଥିଲା ତୁମ କୁହୁକ

ଦୂରେ ଥିଲେ ମୋତେ କରେ ଆକର୍ଷିତ

ପାଖେ ଥିଲେ ମୋତେ କରେ ବିକର୍ଷିତ ।

ତୁମେ ସ୍ୱପ୍ନରେ ଆସିଲ

ସବୁ ଦିନରାତି

ସ୍ବପ୍ନର ପୀରତିକୁ

ଭାବି ମୋର ମତି

ପାଗଳ ହୁଏ ସେ

ସତରେ ହୁଅନ୍ତା'କି ଏମିତି ।

ତୁମେ ଆଖିରେ ନାଚୁଛ

ପୁସ୍ତକେ ଦିଶୁଛ

ପାଖରେ ବସୁଛ

କାନ୍ଥରେ ହସୁଛ

ସ୍ଵପ୍ନରେ ଆସୁଛ

ହୃଦୟେ ରହୁଛ

ମନରେ ବୁଲୁଛ

କାହିଁକି ଏମିତି ପାଗଳ କରୁଛ ?

ତୁମ କଥା ଭାବି ମୁଁ ଛବି ଆଙ୍କିଲିଣି

କବି ସାଜିଲିଣି

ହେ ହୃଦୟ ରାଣୀ, ପ୍ରତିକ୍ଷଣ ମରିଲିଣି

ଦେଖାଦେଇ ସଦା ସ୍ଵ କିଆଁ ଦିଅ ମେଲାଣି ।

ମୁଁ କହିବି ଭାବେ ଅନ୍ତରର କଥା

କିନ୍ତୁ ଓଠ କି ଖୋଲୁଛି ।

ତୁମ ପାଖକୁ ଯିବାକୁ

ପାଦ କି ଘୁଞ୍ଚୁଛି ।

ତୁମକୁ ଚାହିଁ କହିବାକୁ

ବର୍ତ୍ମ କି ଖୋଲୁଛି ।

ହେ କୁହୁକ ପ୍ରେୟସୀ

ଦିଅନାହିଁ ଦୁଃଖ ବେଶୀ,

ମୁଁ ଯାଇଛି ତୁମ ପ୍ରେମେ ଫଶି

ତୁମ କଥା ମୁଁ ଭାବେ କ୍ଷପା ବସି

ତୁମ ପ୍ରେମ ନ ପାଇଲେ ମୁଁ ଯିବି ରୁଷି

ହସି ହସି ଗଳାରେ ଲଗାଇବି ଫାଶୀ

ତୁମ ପାଇଁ ମୋ ପ୍ରାଣକୁ ଦେବି ନାଶି ।

ହେ କୁହୁକ ପ୍ରେୟସୀ, କରନାହିଁ ଆଉ କୁହୁକ

ସାଜି ମୋ ପ୍ରେମିକା ମୋତେ କର ତୁମ ପ୍ରେମିକ ।


Rate this content
Log in

Similar oriya poem from Romance