Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mishra Manasi

Abstract

3  

Mishra Manasi

Abstract

କୁହୁଡିଵଳୟ

କୁହୁଡିଵଳୟ

1 min
249



ସ୍ୱପ୍ନିଳ ବେଳାଭୂମିରେ

ସ୍ଥିତପ୍ରଜ୍ଞ ଭଗ୍ନ ଜୀର୍ଣ୍ଣ ଭଗ୍ନ କୋଣରକ

ଖୋଜେନା ସେ ଅଲୋଡ଼ା  

ସମୟର ବେଳା

ନୂଆନୂଆ ରୂପକଳ୍ପ ସରଂଚନା ପାଇଁ

 ଶାଶ୍ୱତ ସମୋଜ୍ଜଳ ମଧ୍ୟାହ୍ନ

ଜାଳି ଥିଲା ସେଦିନ

ପରିପୂର୍ଣ୍ଣ ଜୀବନର

ଆଲେଖ୍ୟ ଦୀପାଳୀ ।

ଦିନାନ୍ତ ଦିଗନ୍ତଭରି

ଆଜି ପାଣ୍ଡୁର ସେ ପୌଷ

କୁଝ୍ଝଟିକାଵଳୟ ରେ

ନିର୍ଲିପ୍ତ ଅଶାନ୍ତ ପାଟଳ ଜୀବନ

ଧୂମାୟିତ ସ୍ୱଚ୍ଛ-ସ୍ୱର୍ଣ୍ଣ।ଭ ରଶ୍ମି।

ତଥାପି ନିର୍ବାକ ପାଷାଣ ଅନ୍ତରୁ

ଝରିପଡୁଛି ମମତାର ଫଲ୍ଗୁ

ପୂଜ୍ୟଲବ୍ଧା କେତେ ଉପଦେଶ

ପାଷଣୀ କନ୍ୟାର ଗରୀମା କାହାଣୀ

ବୀରାଙ୍ଗନା ରମଣୀର ଯୁଦ୍ଧ ସାଜ୍ଜସଜ୍ଜା 

ଅତୀତ କୀର୍ତ୍ତି ମାଳିନୀସମୂହ

ଶାସକ ଶାସିତ ବୀର ଗଉରବ ଗାଥା

ଗୋଧୂଳି ଲଗ୍ନାନ୍ତରେ

ଶ୍ରଦ୍ଧେୟ ଚିରଦିନ ପାଇଁ ।

ସ୍ପର୍ଶୀତ ଅପାଙ୍ଗ ତୋଳି

ଜୀବନ ଜ୍ୟୋତିରେ

ଉଦ୍ଭାସିତ କାଳ କାଳ

ଦୀର୍ଘ ଆଶା ବିଶ୍ବାସ ତୋଳି

ଦଣ୍ଡାୟମାନ ଅଚଂକ ପାଷାଣ

ଯୁଗପରେ ଯୁଗ ଅନ୍ତକ୍ଷଣ ଯାଏଁ ।


Rate this content
Log in

Similar oriya poem from Abstract