Aishwarya Mishra

Tragedy


3.2  

Aishwarya Mishra

Tragedy


କୁହ , ବର୍ଷା !

କୁହ , ବର୍ଷା !

1 min 361 1 min 361

କୁହ , ବର୍ଷା !

ତୁମେ ଆସିପାରିବ କି ମୋ ଜୀବନରେ

ପୁଣି ଥରେ ,

ଭାବନାସିକ୍ତ କରିପାରିବ କି ମୋତେ !


ଦୁର୍ଭିକ୍ଷ ଦାଉରେ

ଜଳିବାକୁ ବସିଥିବା

ମୋ ଭାବନା ସବୁକୁ ଦେଇପାରିବ କି ଜୀବନ୍ୟାସ !!

ମୋତେ ଶ୍ରାବଣୀ ସଜାଇ

ପିନ୍ଧେଇପାରିବ କି ପାଦରେ

ସ୍ବାଭିମାନର ନୁପୂର !!!


ତୁମର ରିମ୍ ଝିମ୍ ତାଳ ସହ

ମିଶେଇପାରିବ କି ,

ମୋ ଜୀବନର ସୁଖ ଦୁଃଖର 

ସ୍ବର - ଲୟ - ତାଳ ସବୁକୁ ,


ମୋତେ ଓଦା କରି, ଧୋଇପାରିବ କି,

ମୁଁ କରିଥିବା

ଗୋଟି ଗୋଟି ଭୁଲ୍ ର ଅଲିଭା ଦାଗ !

ମିଛ ଆରୋପ-ପ୍ରତ୍ୟାରୋପର 

କଳଙ୍କ କାଳିମା !!!


କୁହ ବର୍ଷା !

ଚପଳା ଚମକରେ ମୋ ମନର ମୟୂରୀ

ଚଞ୍ଚଳା ସାଜି ନାଚି ଉଠିବ କି !

ଘଡ଼ଘଡ଼ିର ନାଦ କ'ଣ ,

ଲୁଚାଇପାରିବ ମୋ ଅନ୍ତର ଭିତର

ବୁକୁ ଫଟା କ୍ରନ୍ଦନର ସ୍ବରକୁ !!!


ତୁମ ଆଗମନରେ 

କ'ଣ ହୋଇପାରିବ ପଲ୍ଲବିତ

ମୋ ମନ ମାନସର ପାଦପରାଜି !


କୁହ ବର୍ଷା !

କ'ଣ ତୁମର ଏ ଆତ୍ମୀୟ ଆଗମନ 

ମୋ ଜୀବନେ ଆଣିଦେବ

ପୁନଶ୍ଚ ହସର ପ୍ଲାବନ !!!


Rate this content
Log in

More oriya poem from Aishwarya Mishra

Similar oriya poem from Tragedy