Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Classics

3  

DILIP KUMAR SAHOO

Classics

କଟକ ଦଶହରା

କଟକ ଦଶହରା

1 min
110



ତାରକସି ଗହଣା କୁ ସୁନା ମୁକୁଟ

ସୁନା ଚାନ୍ଦି ମେଢ଼ ରେ ଲୋ ହସେ କଟକ

ବାଉନ ବଜାର ଆଉ ତେପନ ଗଳି

ସାହି ବସ୍ତି ସବୁଆଡେ ଭାରି ଗହଳି 

ଶାରଦୀୟ ଦଶହରା

କଟକ ପୂଜା ନିଆରା 

ସ୍ନେହ ଶ୍ରଦ୍ଧା ଭାଇଚାରା ଭରେ ପୁଲକ

 ସୁନା ଚାନ୍ଦି ମେଢ଼ ରେ ଲୋ ହସେ କଟକ ....


ଯାଗଯଜ୍ଞେ ଉଛୁଳଇ ପୂଜା ମଣ୍ଡପ

ମହକଇ ଧୂପ ଧୂଆଁ ଆଳତି ଦୀପ

ଉପଚାର ଉପାସନା ଉପାସ ବ୍ରତ

କଣାଏ କରୁଣା ପାଇଁ ଆକୁଳ ଭକ୍ତ 

ନବପତ୍ର ନବଦୁର୍ଗା

ଚଣ୍ଡୀ ପାଠ ସନ୍ଧିପୂଜା

ସବୁରି କଣ୍ଠେ ମାଆଙ୍କ ମହିମା ଗୀତ

 ତାରକସି ଗହଣା କୁ ସୁନା ମୁକୁଟ .….


ବାଟ ଘାଟ ନଈ ତୁଠ ବାଲି ପଠାରେ

ମାଆଙ୍କର ଛାଇ ଦିଶେ ମେଘ ମଥାରେ

ମହାନଦୀ କାଠଯୋଡି ପବିତ୍ର ପାଣି

ଭାବ ଭକତି ର ରଙ୍ଗ ଯାଏ ରେ ବୁଣି 

ମାଆ ଗୋ ମମତାମୟୀ

ସ୍ନେହମୟୀ ଦୟାମୟୀ 

ଦୟା କର ଦୂର ହେଉ ଦୁଃଖ ଦୁରିତ

ତାରକସି ଗହଣା କୁ ସୁନା ମୁକୁଟ .….


Rate this content
Log in