କଥା ଦିଅ କରିବନି ପର
କଥା ଦିଅ କରିବନି ପର
କଥା ଦିଅ ତମେ କେବେ
କରିବନି ପର
ତମକୁ ନେଇ ଦେଖିଛି
ସପନ ଅପାର ।।
ତୋଳିବି ଛୋଟ ନଅର
ତମେ ହେବ ରାଣୀ
ତମ ପାଦ ସେବା ପାଈଁ
ଥିବେ ଚାକରାଣୀ ।।
ଫୁଲର ଦୋଳିରେ ନିତି
ଝୁଲୁ ଥିବା ଆମେ
ଓଢଣୀ ଟା ଉଡୁଥିବ
ପ୍ରଜାପତି ତୁମେ ।।
ଗୋଲାପୀ ରଙ୍ଗରେ ଦିଶ
ସରଗ ର ପରି
ଉନ୍ଦ୍ର ଧନୁ ପଡି ଅଛି
ଶୁଭେଛା କୁ ଧରି ।।
ଚଞ୍ଚଳ ନୟନ ତମ
ତନ ଆଉ ମନ
ମୋହନି ଲଗେଇଦେଲା
ମଧୁର ବଚନ ।।
ଧନ୍ୟ ହେଇଗଲି ପ୍ରିୟା
ପାଇ ତମ ପ୍ରୀତି
କଥା ଦିଅ ବିତାଇବ
ହୋଇ ମୋର ସାଥି ।।
କଥା ଦିଅ କଥା ଦିଅ
କରିବନି ପର
ଏ ପ୍ରେମ, ନୁହେଁ ଆମର
ପ୍ରୀତିର ମନ୍ଦିର ।।
ପୂଜା ଫୁଲ ହୋଇ ଆମେ
କରୁ ଥିବା ସେବା
ଘାତ ପ୍ରତିଘାତ ସହି
ଯତନ ତା ନେବା ।।
କଥା ଦିଅ ତମେ କେବେ
କରିବନି ପର
ତମକୁ ନେଇ ଦେଖିଛି
ସପନ ଅପାର ।।
..............💓................

