କ୍ଷୁଦ୍ର ପ୍ରୀତି କାବ୍ୟ
କ୍ଷୁଦ୍ର ପ୍ରୀତି କାବ୍ୟ




୦୧
ଆଦୋୖ ଡରିଲାନି !
ଝିଟିପିଟିକୁ ଦେଖି ଡରିଯାଇ
ମୋତେ ଜାବୁଡ଼ି ଧରୁଥିବା ଝିଅଟି
କେଜାଣି କେମିତି!
ଆଜି ତା' ଛଳନାର ଛୁରୀରେ
ମାେ ହୃଦୟକୁ ମାରି
ଜଘନ୍ୟ ହତ୍ୟାକାଣ୍ଡ କରିବାକୁ
ଆଦୋୖ ଡରିଲାନି !
୦୨
ନଜର
ମୁଁ ତା ପାଇଁ ଯାହା ଲେଖୁଥିଲି
ତାହା "କବିତା"
ଆଉ ସିଏ ମୋ ପାଇଁ ଯାହା ଲେଖୁଥିଲା
ତାହା "ଚିଠି" !
୦୩
କଲମ
ତୁମେ,
ଆମ ପ୍ରଥମ ଦେଖାରେ
ବସ୍ ରେ ଦେଇଥିବା କଲମଟିକୁ
ଆଜି ବି ସାଇତି ରଖିଛି ।
ସେଥିରେ କେବଳ
ତୁମ ପାଇଁ କବିତା ହିଁ ଲେଖୁଛି !
୦୪
ଆକାଶର ଚାନ୍ଦକୁ ଦେଖ
କିଏ ତାକୁ ଜହ୍ନ କୁହେ ତ
କିଏ ତାକୁ କୁହେ ଶଶାଙ୍କ,
ଆଜି ମୋ'ର ପ୍ରେମକୁ ଦେଖ
କିଏ ତାକୁ ମହାନ୍ କୁହେ ତ
କିଏ ତାକୁ କୁହେ କଳଙ୍କ !
୦୫
ସ୍ବାର୍ଥ
ତା ପାଖରେ ଏମିତି କ'ଣ ଅଛି ଯେ,
ମୁଁ ତାକୁ ପାଇବାକୁ ପାଗଳ ?
ଆଉ ମୋ ପାଖରେ ଏମିତି କ'ଣ ନାହିଁ ଯେ,
ସେ ମାେ ଠାରୁ ଦୂରେଇ ଯିବାକୁ ବ୍ୟସ୍ତ ?
୦୬
ସନ୍ଧ୍ୟା
ସନ୍ଧ୍ୟା ବେଳେ ହିଁ ତୁମ କଥା ମନେପଡେ ନା'
ତୁମ କଥା ମନେ ପଡିଲେ ସନ୍ଧ୍ୟା ହୁଏ ?