Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Manoj Maharana

Romance Others

3  

Manoj Maharana

Romance Others

କ୍ଷୁଦ୍ର ପ୍ରୀତି କାବ୍ୟ

କ୍ଷୁଦ୍ର ପ୍ରୀତି କାବ୍ୟ

1 min
180


ସମୟ...


ଆଜି ତୋ' ସମୟ ଆସିଛି

କାଲି ମାେ ସମୟ ଆସିବ...

    ଆଜି ମୋ ହୃଦୟ ଭାଙ୍ଗିଛି

    କାଲି ତୋ' ହୃଦୟ ଭାଙ୍ଗିବ... ।


ଭାଗ୍ୟ...


ମୋ'ର କି' ସୌଭାଗ୍ୟ..

ମୁଁ ଆଜି ଖୋଜି ପାଇଛି...

ମାେ ଭାଗ୍ୟ ପରି ଭାଗ୍ୟଟିଏ !!

ବେଳେବେଳେ ମୋତେ ଭୟ ଲାଗୁଛି,

ସେଇ ମାେ ଭାଗ୍ୟ....

ସତରେ ସାଜିବ ମାେ ସୌଭାଗ୍ୟ ନା ଦୁର୍ଭାଗ୍ୟ !!


ପସନ୍ଦ...


ତୋ'ର ସବୁ ପସନ୍ଦ 

ମାେ'ର ପସନ୍ଦ....!!

ତୋ'ର ସବୁ ଖୁସିରେ

ମାେ'ର ଆନନ୍ଦ....!!


ପାଳି..


ଚାଲ୍ ଏଥର...

ଆମ ପ୍ରେମରେ 

ପାଳି କରିଦେବା..,

ଭଲ ପାଇବାକୁ..

ମୁଁ ତ ଚବିଶ ଘଣ୍ଟା ରାଜି..

ତୁ କହ...

ତୋ'ର ଦିନ ନା ରାତି ??


ଚିତ୍କାର...


କେବେ ଥରୁଟେ ଆସି

ମାେ ଛାତିରେ କାନ ରଖି ଶୁଣିଯାଅ..

ସେ ତୁମ ନାଁ ଧରି 

କେତେ ଜୋର୍ ରେ ଚିତ୍କାର କରି 

କାନ୍ଦୁଛି ମାେ ହୃଦୟ..

ତୁମେ ଗଲା ପରେ ପରେ..।


ଫୁଲେଇ..


ଭାରି ଫୁଲେଇ ହେଉଛି ସେ..

ତାକୁ ପୀରତି ମାଗିଲେ,

ମୁହଁ ଫୁଲେଇ ବସୁଛି ସେ..

ତାକୁ ପୀରତି ନ ଦେଲେ !!




Rate this content
Log in

Similar oriya poem from Romance