Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhas Kumar mohapatra

Tragedy

3  

Prabhas Kumar mohapatra

Tragedy

କ୍ଷୁଧାର ଯନ୍ତ୍ରଣା

କ୍ଷୁଧାର ଯନ୍ତ୍ରଣା

1 min
225



ଭୋକ ଯାହା ଭାଇ ସଭିଙ୍କ ରହିଛି

ଗରିବ ଅବା ସେ ଧନୀ ।

ସୁସ୍ଥଯେ ମସ୍ତିଷ୍କ ମାନସିକ ଗ୍ରସ୍ତ

କିବା ସିଏ ମାନୀ ଜ୍ଞାନୀ ।।୧

ହୁଅନ୍ତୁ ପଛକେ ଦେଶ ରାଷ୍ଟ୍ରପତି

ବଡ଼ ବଡ଼ ଶିଳ୍ପପତି ।

ହେଉ କୋଟିପତି ସିଏ ରୋଡପତି

ଦିନ ମଜୁରିଆ ଜାତି ।।୨


ଭୋକ ସଭିଙ୍କ ରହିଛି ଭୋକ ସଭିଙ୍କ ରହିଛି !


ସଭିଁଙ୍କ ରହିଛି ଚାଖଣ୍ଡେଟି ପେଟ

ଭୋକ ଯେ ସାଥୀ ହୋଇଛି ।

କିଏ କ୍ଷୀର ସରେ ନିତି ଭାସୁଅଛି

ପୁଣି କେ ସଂଗ୍ରାମ କରୁଛି ।।୩

କ୍ଷୁଧା ମାରିବାକୁ ଅଇଁଠା ପତ୍ରକୁ

ନିତିଦିନ କେ ଚାଟୁଛି।

ଖୋଜୁଛି କିଏସେ ଅଇଁଠା ପିଲେଟେ

ଭାତ ଗଣ୍ଡେ ଛାଡ଼ି ଅଛି ।।୪


ଭୋକ ସଭିଁଙ୍କ ରହିଛି ଭୋକ ସଭିଁଙ୍କ ରହିଛି !


ଗାଈ ର କୁଣ୍ଡରେ ଦରାଣ୍ଡେ ହସ୍ତରେ

କ୍ଷୁଧା କୁ କରିବ ଦୂର ।

ଖାଇଚାଲେ କେହି ଦୁର୍ଗନ୍ଧ ଭିତରୁ

ହେଲେବି ଅର୍ଣ୍ଣ ଜହର ।।୫

ଭୋକିଲା ଭୋକକୁ କେମିତି ବୁଝିବ

ଯିଏ ଭୋକେ ନ ରହିଛି ।

ଖାଦ୍ୟନ୍ୱେଷଣ କଷ୍ଟ ଯୁଝିବ କି ସେହି

କ୍ଷେତେ ନର ନ ଚଷିଛି ।।୬


ଭୋକ ସଭିଁଙ୍କ ରହିଛି ଭୋକ ସଭିଁଙ୍କ ରହିଛି!


ଆଜିବି ଭାରତେ ଆମରି ରାଜ୍ୟରେ

କେତେ କେତେ ଜନ ଭାଇ ।

ନପାଇ ଆହାର କେତେ ଦିନ ବାର

ବଞ୍ଚନ୍ତି ଯେ ପାଣି ପିଇ ।।୭


ଭୋକ ପାଇଁ କାର ଜୀବନ ଯାଉଛି

ହାରୁଛି କିଏରେ ପ୍ରାଣ ।

କ୍ଷୁଧା ଲାଗି ଭାଇ ପରିବାର ସର୍ବେ

ଏକାଠି ମରନ୍ତି ଗଣ ।।୮


ହେ ସଭ୍ୟ ସମାଜ ଏବେ ଟିକେ ହେଜ

କରିବାକୁ ଭୋକ ଦୂର ।

ସ୍ବାର୍ଥ ବାଦି ନୀତି ଛାଡ଼ିଣ ଏଣିକି

ତୁଣ୍ଡେ ଦିଅ ଅର୍ଣ୍ଣ କାର ।।୯


ଭୋକ ସଭିଁଙ୍କ ରହିଛି ଭୋକ ସଭିଁଙ୍କ ରହିଛି!



ଖାଦ୍ୟ କୁ ସମ୍ମାନ ଦିଅ ପ୍ରତି ଜନ

ଅର୍ଣ୍ଣ ନଷ୍ଟ କେ ନକର ।

ଖାଦ୍ୟର ସୁରକ୍ଷା ହେଲେ ଆମ ରକ୍ଷା

ବଞ୍ଚିବେ ସକଳ ନର ।।୧୦

ତେଣୁ ହେ ମଣିଷ ଶିକ୍ଷିତ ତୁମେତ

ନିବେଦନ କରୁଅଛି ।

ଭୋକିଲା ଲୋକକୁ ଦିଅ ଖାଦ୍ୟ କିଛି

ଭୋକରେ ଯିଏ ରହିଛି ।।୧୧


ଭୋକ ସଭିଁଙ୍କ ରହିଛି ଭୋକ ସଭିଁଙ୍କ ରହିଛି !

  


Rate this content
Log in

Similar oriya poem from Tragedy