STORYMIRROR

Kabiratna Nutan Kumar Behera

Inspirational

3  

Kabiratna Nutan Kumar Behera

Inspirational

କରୁଣାମୟୀ ମାଆ ଚର୍ଚ୍ଚିକା

କରୁଣାମୟୀ ମାଆ ଚର୍ଚ୍ଚିକା

1 min
160


କଟକେ ଝଟକେ ମାଆ ଚର୍ଚ୍ଚିକା ମନ୍ଦିର ତୋର

ବାଙ୍ଗୀର ଅଧିଷ୍ଠାତ୍ରୀ ପ୍ରତ୍ୟକ୍ଷ ଦେବୀ ତୁ

ଆଠ ଦେବୀପୀଠ ମଧ୍ୟରେ ଏ ତ ଅନ୍ୟତମ 

ବିସ୍ତୀର୍ଣ୍ଣ ବାଲୁକା ପ୍ରାନ୍ତରର ମହାନଦୀ ମୁହାଣେ

ରୁଚିକା ପାହାଡ଼ ସ୍ଥିତା ତୁ ମାଆ ଚର୍ଚ୍ଚିକା ଦେବୀ

ପ୍ରାକୃତିକ ଦୃଶ୍ୟରେ ଭରା ଦିଶେ ଅତି ମନୋରମ।


ତୁ ମାଆ ଦୟାମୟୀ କରୁଣାମୟୀ ଅଭୟଦାତ୍ରୀ

ଶ୍ରଦ୍ଧାଳୁ ଭକତ ଲାଗି ହୋଇଛୁ ଲୋ ଉଭା

ଷୋଡ଼ଶ ଉପଚାରେ ହୁଏ ତୋର ପୂଜା 

ତୁହି ମାଆ ଭଗବତୀ ତୁହି କାଳୀ ଚଣ୍ଡି ସ୍ଵରୂପା

ତୁହି ମାଆ ଜଗଦମ୍ଵା ତୁହି ମାଆ ଦୁର୍ଗା ଦଶଭୁଜା।


ତୋ ଆଶିଷ ଲଭି ବନ୍ଧ୍ୟା ନାରୀ ହୁଏ ପୁତ୍ରବତୀ

ଦୁରାରୋଗ୍ୟ ବ୍ୟାଧି ହୋଇଯାଏ ବେଗେ ଦୂର 

ରୋଗୀର ଜୀବନ ଯନ୍ତ୍ରଣା ହୁଏ ଉପସମ

ଦୁଃଖ ଶୋକ ତାପରୁ ପାଏ ସେ ନିସ୍ତାର।


ରାଜା ରାଜୁଡ଼ା ଅମଳରୁ ମନ୍ଦିର ହୋଇଛି ନିର୍ମିତ

ପାହାଡ଼ ପରେ ପାହାଡ଼ ଲମ୍ବିଛି ତୋ ପୀଠ 

ପୁଣ୍ୟ ପବିତ୍ର ସେ ସ୍ଥାନ କରେ ମୁଗ୍ଧ ଅଭିଭୂତ

ତୋ ପୂଜା ଅର୍ଚ୍ଚନା ଲାଗି ଭକ୍ତଙ୍କର ହୁଏ ଭାରି ଭିଡ଼

ଶୁଭ ଶାନ୍ତି ମନାସନ୍ତି ହୋଇ ବାରେ ଏକନିଷ୍ଠ।


ଅଷ୍ଟଭୁଜା ତୁ ମାଆ ଧରିଥାଉ ହସ

୍ତେ ଖଡ଼ଗ ଖର୍ପର

ଅଭୟ ମୁଦ୍ରା ସର୍ପ ଅଙ୍କୁଶ କଟାମୁଣ୍ଡ ଡମ୍ବରୁ 

ଉଗ୍ରର ଗର୍ବ ବିନାଶିନୀ ତୁହି ଲୋ ମାଆ ଚର୍ଚ୍ଚିକା

ଅଭିଷ୍ଟ ଲକ୍ଷ୍ୟ ମନୋବାଞ୍ଛା ପୂର୍ଣ୍ଣହୁଏ ତୋ ଦୟାରୁ।


ଅନୁପମ କାରୁକାର୍ଯ୍ୟେ ଭରା ତୋ ମନ୍ଦିର 

ଶାରଦୀୟ ଦୁର୍ଗାପୂଜା ହୁଏ ତୋର ଉତ୍ସବମୁଖର 

ଦର୍ଶନେ ତୋର ପାପୀ ପାଇ ମୁକ୍ତି ହୁଏ ଉଦ୍ଧାର

ଦୁର୍ଗତ ଜନର ଦୁର୍ଗତି ମାଆ କରୁ ତୁ ଦୂର।


ଶ୍ରୀବିଷ୍ଣୁଙ୍କ ଅବତାରରେ ମହାବୀର ପର୍ଶୁରାମ

ମାତୃହତ୍ୟା ପାପେ କରି ତୋତେ ତପସ୍ୟା 

ଲଭିଥିଲେ ମୁକତି ପାଇ ତୋର ଅଶେଷ କୃପା 

ତୁ ମାଆ ଚର୍ଚ୍ଚିକା ଚିରପୂଜ୍ୟା ଚିର ନମସ୍ୟା।


ତୋ ପାଦ ପଙ୍କଜେ ଜୀବନ ଯାକ ଧ୍ୟାୟୀ

ଜଗତ ଜନ ପାଆନ୍ତି ସୁଖ ଶାନ୍ତି ରୁହନ୍ତି ଖୁସି 

ତୁ ମାଆ ଜଗତଜନନୀ ଜଗତ କଲ୍ୟାଣେ

ତୋ ଆଶିଷର ସୁଧାଧାରା ପଡ଼ୁଥାଉ ବରଷି।


ଶରଣ ନେଲି ମାଆ ତୋର ଶ୍ରୀଚରଣେ

ଆପଦ ବିପଦ ଘୁଞ୍ଚାଇବୁ ତୁ ମାଆ କାଳେ କାଳେ 

ଅବୋଧ ଅଜ୍ଞାନ ତୋ ସନ୍ତାନର ସର୍ବ କୁଶଳ 

କରୁଥିବୁ ମାଆ ତୋର ଅସୀମ ମହିମା ବଳେ।

     



Rate this content
Log in

Similar oriya poem from Inspirational